www.samajalive.in
Sunday, December 14, 2025
14.1 C
Bhubaneswar

କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ, ଚାଷ ଜମିରେ ଦେଖାଦେଇଥିବା ରୋଗପୋକ ଚିହ୍ନଟ

କଲମପୁର:  ଚାଷ ଜମିରେ ମାଟିଆଗୁଣ୍ଡି ପୋକ ସମେତ ଚକଡା, ପତ୍ରମୋଡା ଓ ପତ୍ରପୋଡା ଭଳି ରୋଗର ପ୍ରଭାବ ଯୋଗୁଁ ମଣ୍ଡଳ, ମୀନଗୁର, କୋଟାଗାଁ, ନୁଆଗାଁ , କଲମପୁର ଆଦି ପଞ୍ଚାୟତର ଚାଷ ଜମି ପ୍ରଭାବିତ ହେଉଛି। କୃଷି ବିଭାଗ ଅଧିକାରୀ ଏବଂ କର୍ମଚାରୀ କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଅସହାୟ ଚାଷୀ ନିଜ ଚାଷରେ ଦେଖା ଦେଇଥିବା ସମସ୍ୟାର ସମାଧାନ ପାଇଁ ସଠିକ ପରାମର୍ଶ ପାଇବାରୁ ବଂଚିତ ହେଉଛନ୍ତି। ଅନେକ ସମୟରେ କିଛି ଚାଷୀ ଧାନ ଗଛ ଉପାଡି ଆଣି ଦୋକାନୀକୁ ଦେଖାଇ ପଚାରିଥାନ୍ତି ମୋ ଚାଷରେ ଏଭଳଇ ସମସ୍ୟା ହେଇଛି କେଉଁ ଔଷଧ ସିଞ୍ଚନ କରିବି ? ଦୋକାନୀ ନିଜ ଲାଭ ଥିବା କୀଟନାଶକ ଦେଇଥାନ୍ତି। ଯାହାରି ଫଳରେ ଥରେ ନୁହେଁ ବାରମ୍ବାର ଚାଷୀ କୀଟନାଶକ ସିଞ୍ଚନ କରାଉଥିଲେ ମଧ୍ୟ ତାର ସମସ୍ୟା ସମାଧାନ ହେଇନଥାଏ। ଅଯଥା ଖର୍ଚ୍ଚାନ୍ତ ହୋଇ ଚାଷୀ ଅସହାୟ ହେଇ ପଡୁଛନ୍ତି। ଅନ୍ୟପଟେ କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ଥିବା ସରକାର ଘୋଷଣା କରୁଥିଲେ ମଧ୍ୟ ଚାଷୀ କୌଣସି ଯୋଜନାରୁ ସୁବିଧା ପାଇପାରୁ ନାହାଁନ୍ତି।

ଏହି ପରିପ୍ରେକ୍ଷୀରେ ଗୁରୁବାର କଲମପୁର ବ୍ଲକ ସହକାରୀ କୃଷି ଅଧିକାରୀ ଅଜୟ କୁମାର ବେମାଲଙ୍କ ନେତୃତ୍ୱରେ ଗ୍ରାମ୍ୟ କୃଷି କର୍ମୀ ତପନ କୁମାର ପଣ୍ଡା, ଶୁସାନ୍ତ କୁମାର ରାଉତ କୃଷକ ସାଥି କୁନ୍ତଭଟ ମାଝୀ, ଧନଞ୍ଜୟ ସାହୁ ପ୍ରମୁଖ ମଣ୍ଡଳ ପଞ୍ଚାୟତର କିଛି ପ୍ରଭାବିତ ଚାଷ ଜମି ପରିଦର୍ଶନ କରିଥିଲେ। ଏହାସହ କିଛି ଧାନ ଫସଲରେ ଦେଖା ଦେଇଥିବା ରୋଗ ପୋକ ଚିହ୍ନଟ କରି କେଉଁ କୀଟ ନାଶକ ସିଂଚନ କରାଯିବା ଆବସ୍ୟକ ସେନେଇ କିଛି ଚାଷୀଙ୍କୁ ପରାମର୍ଶ ଦେଇଥିଲେ। କଲମପୁର ବ୍ଲକର ୧୧୪୫୦ ହେକ୍ଟର ଚାଷ ଜମିରେ ଧାନ ଫଶଲ ହେଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories