www.samajalive.in
Sunday, December 14, 2025
14.1 C
Bhubaneswar

ଲକ୍ଷ୍ମୀପୂଜା ଦେଖି ଘରକୁ ଫେରିବାବେଳେ ବାଇକ ଦୁର୍ଘଟଣା, ୨ ମୃତ

ଗୁରୁଡିଝାଟିଆ: ଢେଙ୍କାନାଳ ଲକ୍ଷ୍ମୀପୂଜା ଦେଖି ୨ବନ୍ଧୁ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଘଟଣାସ୍ଥଳରେ ଗୁରୁଡିଝାଟିଆ ପୋଲିସ ପହଞ୍ଚି ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।
ପ୍ରକାଶଯୋଗ୍ୟ ବୁଧବାର ବିଳମ୍ବିତ ରାତିରେ ରଜତ୍ ମହାରଣା(୨୭) ଓ ତାର ସାଙ୍ଗ ସୋମନାଥ ହରିଚନ୍ଦନ(୨୭) ବାଇକ ଯୋଗେ ଢେଙ୍କାନାଳ ଲକ୍ଷ୍ମୀପୂଜା ଦେଖି ୫୫ନଂ ଜାତୀୟ ରାଜପଥ ଦେଇ ଆସୁଥିବା ବେଳେ କପୁରସିଂ ହନୁମାନ ମନ୍ଦିର ନିକଟରେ ଏକ ଅଜଣା ଗାଡି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ବନ୍ଧୁଙ୍କ ମୃତ୍ୟୁ ଘଟିଥିଲା । ଏନେଇ ରଜତର ଭିଣୋଇ ଚୌଦ୍ୱାର ଆଗ୍ରାହାଟ ଗ୍ରାମର ପରେଶ ରଞ୍ଜନ ଓଝା ଗୁରୁଡିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ୨ ବନ୍ଧୁଙ୍କ ମରଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନନ୍ତର କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories