www.samajalive.in
Sunday, December 14, 2025
14.1 C
Bhubaneswar

ଭାଗିରଥି ସାହୁଙ୍କ ବିୟୋଗରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଶୋକସଭା

ଗୁରୁଡିଝାଟିଆ : ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ନଦୀକୂଳ କଖଡି ପକ୍ଷରୁ ରାଜନେତା,ସମାଜସେବୀ ତଥା ସଂଘର ସଭାପତି ଭାଗିରଥି ସାହୁଙ୍କ ବିୟୋଗରେ କଖଡି ପାଲାତୋଟା ମଣ୍ଡପ ଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଛି । ସାମାଜିକ କଲ୍ୟାଣ, ପ୍ରତ୍ୟାଶା ବିହୀନ ସମାଜ ସେବା, ଅଭାବୀ ଲୋକଙ୍କ ପାଇଁ ସବୁ କ୍ଷେତ୍ରରେ ସହଯୋଗର ହାତ ବଢାଇବା ଏପରିକି ନିଜର ସମ୍ପତ୍ତି ବିକ୍ରୟ କରି ଜନସେବାରେ ବିନିଯୋଗ କରିବା ଭଳି ଜଣେ ନୀରଳସ ମଣିଷ ଥିଲେ କଖଡି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାଗିରଥି ସାହୁ ବୋଲି ଶୋକସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ପ୍ରାକ୍ତନ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସନ୍ତୋଷ କୁମାର ଶତପଥି ଶୋକସଭାରେ ଅଧ୍ୟକ୍ଷତା କରି ଭାଗିରଥି ସାହୁଙ୍କୁ ଆମ ଅଞ୍ଚଳର ପରିଚୟ ଓ ପରୋପକାରୀ ସ୍ନେହୀ ମଣିଷ ଭାବରେ ଅଭିହିତ କରି କହିଥିଲେ ସ୍ୱର୍ଗତ ସାହୁ ନିଜ କର୍ମ ପାଇଁ ବୈକୁଣ୍ଠ ପ୍ରାପ୍ତି ହୋଇପାରିବେ। ସଂଘର ସାଧାରଣ ସଂପାଦକ କିରଣ ବିହାରୀ ଖଟୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ଶୋକସଭାରେ ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ମହାନ୍ତି, ଉପସଭାପତି ବିଷ୍ଣୁ ଚରଣ ମହାରଣା, ଚନ୍ଦ୍ରଶେଖର ପରିଡା, ସମାଜେସେବୀ ସଦାନନ୍ଦ ପଟ୍ଟନାୟକ, ସୁରେଶ ଚନ୍ଦ୍ର ପରିଡା, ମାଗୁଣି ଚରଣ ରାଉତ, ଶିକ୍ଷାବିତ୍ ରାଜକିଶୋର ଖଟୁଆ, ପୂର୍ବତନ ସରପଞ୍ଚ ରତ୍ନାକର ସାମନ୍ତ, ମିହିର କୁମାର ଶତପଥି, ବଂଶୀଧର ଶତପଥି, ଗୌରାଙ୍ଗ ଅମହନ୍ତ, ପୂର୍ବତନ ସରପଞ୍ଚ ସୁନିଲ ସୁତାର, ପ୍ରମୋଦ ଧଳ, ବିମ୍ବାଧର ବିଶୋଇ, ପ୍ରଫୁଲ ଚନ୍ଦ୍ର ଖଟୁଆ, ପ୍ରବେଶ କୁମାର ଭୂୟାଁ, ବିଚିତ୍ରାନନ୍ଦ ପ୍ରତିହାରୀ, ମଙ୍ଗୁଳି ଚରଣ ପାଣି, ଯୁବରାଜ ପତି, ରସାନନ୍ଦ ସ୍ୱାଇଁ ଓ ସ୍ୱର୍ଗତ ସାହୁଙ୍କ ଭାଇ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଶୋକସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories