www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀ ଶ୍ରୀ ମଦନମୋହନ ନଦିଆ ନାମସଂକୀର୍ତ୍ତନ ମହାମଣ୍ଡଳର ନଗର ପରିକ୍ରମା

ଗୁରୁଡିଝାଟିଆ :  ଅନିତ୍ୟ ସଂସାରରେ ମାନବ ସମାଜ ପଥଭ୍ରଷ୍ଟ। ଅର୍ଥ, କ୍ଷମତା, ପଦ ପଦବୀ ଓ ଆତ୍ମ ପ୍ରଚାରରେ ବିଭୋର। ହେଲେ ଏ ସବୁ ମଣିଷକୁ ରସାତଳଗାମୀ କରାଇଥାଏ । ପ୍ରକୃତ ଶାନ୍ତି ,ଶାଶ୍ୱତ ଆନନ୍ଦ ପରୋପକାର ଓ ଆଧ୍ୟାତ୍ମିକ ଭାବରସରେ ଭରି ରହିଛି। ସଂସାରରୁ ତରିଯିବା ପାଇଁ ଏକା ହିଁ ଧର୍ମ ସହାୟକ ହୋଇଥାଏ ବୋଲି ଶ୍ରୀ ଶ୍ରୀ ମଦନମୋହନ ନଦିଆ ସଂକୀର୍ତ୍ତନ ମହାମଣ୍ଡଳ, ନବେଢା, ଆଠଗଡ ପକ୍ଷରୁ ନଗର ପରିକ୍ରମା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅସୀତ ମହାରାଜ ଯୋଗଦେଇ ଏହି ମତ ପ୍ରକାଶ କରିଥିଲେ । ୪୨ଟି ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ଗଠିତ ମହାମଣ୍ଡଳର ସଦସ୍ୟମାନେ ଗୁରୁଡିଝାଟିଆ ମଦନମୋହନ ମନ୍ଦିରରୁ ନଗର ପରିକ୍ରମା ଆରମ୍ଭ କରି ଓରନ୍ଦା ସମ୍ଭେଶ୍ୱର ମହାଦେବ ଓ ଶେଷରେ ପୂର୍ବାହ୍ନ ସାଢେ ୧୦ଟାରେ ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ପହଞ୍ଚିବା ପରେ  ନାମ ସଂକୀର୍ତ୍ତନ ସମାପନ କରାଯାଇଥିଲା। ମହାମଣ୍ଡଳର ସଭାପତି ଅନନ୍ତ ଚରଣ ପଟ୍ଟନାୟକ, ଉପସଭାପତି ଦେବେନ୍ଦ୍ର କୁମାର ବେହେରା, ରତ୍ନାକର ବେଉରା, ସୁଦର୍ଶନ ସ୍ୱାଇଁ, ଭୀମସେନ ରାଉତ, ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories