www.samajalive.in
Saturday, December 13, 2025
14.1 C
Bhubaneswar

ବିଶ୍ୱ ମିତବ୍ୟୟ ଦିବସ-୨୦୨୩ ପାଳନ ଅବସରରେ ସଚେତନତା ରଥ

ଫୁଲବାଣୀ: କନ୍ଧମାଳ ଜିଲା ପ୍ରଶାସନ ଓ ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱ ମିତବ୍ୟୟ ଦିବସ-୨୦୨୩ ପାଳନ କରାଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ମିତବ୍ୟୟ ଓ ସଞ୍ଚୟ ଅଭ୍ୟାସ ଉପରେ ସଚେତନତା ସୃଷ୍ଟିକରିବା ସଞ୍ଚୟ ପକ୍ଷ-୨୦୨୩ ପାଳନ କରାଯିବ ବୋଲି ଜଣାପଡ଼ିଛି। ଏହି ଉପଲକ୍ଷେ ଏକ ସଞ୍ଚୟ ରଥ ଜିଲା ପରିକ୍ରମା କରି ଲୋକମାନଙ୍କୁ ମିତବ୍ୟୟ ଓ ସଞ୍ଚୟ ଅଭ୍ୟାସ ଉପରେ ସଚେତନତା କରିବ। ଜିଲାପାଳଙ୍କ କାର୍ଯ୍ୟାଳୟରୁ ଏହି ରଥ ବାହାରିଥିଲା। କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଏହି ସଞ୍ଝୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ପରିକ୍ରମା ସମୟରେ ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ଅଭ୍ୟାସ, ଭାରତୀୟ ରଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା,ଭାରତୀୟ ରିଜର୍ଭ ବ୍ୟାଙ୍କର କୌଣସି ବିଭାଗ ବିରୁଦ୍ଧରେ କିପରି ଅଭିଯୋଗ ଦାଖଲ କରିବ, ୩୦ ଦିନ ମଧ୍ୟରେ ସମାଧାନ ନ ହେଲେ କ’ଣ କରିବ, ଆପଣଙ୍କ କଷ୍ଟ ଉପାର୍ଜିତ ଅର୍ଥର ସଠିକ୍ ଓ ସୁରକ୍ଷିତ ବିନିଯୋଗ କିପରି କରିବ, ବିପଦପୂର୍ଣ୍ଣ ସଞ୍ଚୟ ଓ ଅସୁରକ୍ଷିତ ଭବିଷ୍ୟତ ଏବଂ ନିରାପଦ ସଞ୍ଚୟ ଓ ସୁରକ୍ଷିତ ଭବିଷ୍ୟତ କ’ଣ, ପିଏମଜେଜେବିୱାଇ ବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଦାବି ପ୍ରକ୍ରିୟା କ’ଣ, ପ୍ରଚଳିତ ସ୍ୱଳ୍ପ ସଞ୍ଚୟ ଯୋଜନା-ଏକ ଦୃଷ୍ଟିପାତ ଉପରେ ପ୍ରଚାର ପତ୍ରିକା ବଣ୍ଟନ କରାଯିବ ବୋଲି ସଞ୍ଝୟ ଓ ଆର୍ଥିକ ସେବା ବିଭାଗ, କନ୍ଧମାଳର ସହକାରୀ ନିର୍ଦେଶକ ବିଜୟ ଚନ୍ଦ୍ର ପାଳ ସୂଚନା ଦେଇଛନ୍ତି। ସଞ୍ଚୟ ରଥର ଶୁଭାରମ୍ଭ ସମୟରେ, କନ୍ଧମାଳ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଫୁଲବାଣୀ ଗୋଷ୍ଠୀଉନ୍ନୟନ ଅଧିକାରୀ ପ୍ରତୀକ୍ କୁମାର ସାହୁ, ସଞ୍ଚୟ ଓ ଆର୍ଥିକ ସେବା ବିଭାଗ, ବିଭାଗୀୟ ପଦାଧିକାରୀମାନେ।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories