www.samajalive.in
Monday, December 15, 2025
17.1 C
Bhubaneswar

ବୈଜ୍ଞାନିକ ଦୃଷ୍ଟିରୁ ମହିଳାମାନେ ଅଧିକ ପରିଶ୍ରମୀ ଓ ସମ୍ବେଦନଶୀଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ରାଜଧାନୀଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ଶୁଭାରମ୍ଭ କରିବା ସହ ୧୭୬ ଜଣଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କଠିନ ପରିଶ୍ରମ ବଳରେ ଆଜି ଜୀବନର ନୂଆ ଅଧ୍ୟାୟ କରୁଥିବା ବନ୍ଧୁ ମାନଙ୍କୁ ଶୁଭେଚ୍ଛା। ଆପଣମାନେ କେବଳ ଗୋଟିଏ ସ୍ଥାନରେ ନ ଅଟକି ପ୍ରତିଦିନ କୌଣସି ବ୍ୟକ୍ତି କିମ୍ବା ପରିସ୍ଥିତିରୁ ନୂଆ କିଛି ଶିଖିବା ସହ ଜ୍ଞାନ ଆହରଣ କରିବେ ବୋଲି ପୂର୍ଣ୍ଣ ବିଶ୍ୱାସ।

ଆଜି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ନୀତି ଓ ପ୍ରଭାବଶାଳୀ ପଦକ୍ଷେପ କାରଣରୁ ୨୦୧୭-୧୮ରେ ୬% ବେରୋଜଗାରୀ ତୁଳନାରେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨%ରେ ପହଞ୍ଚିଛି । ୨୦୧୭-୧୮ରେ କର୍ମକ୍ଷେତ୍ରରେ ମହିଳା ଭାଗିଦାରୀ ୨୩% ଥିବାବେଳେ ୨୦୨୨-୨୩ ବର୍ଷରେ ୩୭%କୁ ବଢିଛି। ସରକାରୀ ଚାକିରି ସମେତ ସାମାଜିକ ଜୀବନରେ ମହିଳା ମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବା ଖୁସିର ବିଷୟ। ବୈଜ୍ଞାନିକ ଦୃଷ୍ଟିରୁ ମହିଳାମାନେ ଅଧିକ ପରିଶ୍ରମୀ ଓ ସମ୍ବେଦନଶୀଳ। ଏଥିପାଇଁ କାର୍ଯ୍ୟକ୍ଷେତ୍ର, ନୀତି ନିର୍ଦ୍ଧାରକ, ନେତୃତ୍ୱ, ଶିକ୍ଷା ଏବଂ ସ୍କିଲିଂ ଇକୋସିଷ୍ଟମରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ମୋଦି ସରକାର ଅଭିନବ ପ୍ରୟାସ କରୁଛନ୍ତି। ମାତୃତ୍ୱକାଳୀନ ଛୁଟିର ସମୟ ସୀମାକୁ ବଢାଯାଇଛି ଉଜ୍ଜ୍ୱଳା ଯୋଜନା, ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ଜନଧନ, ମୁଦ୍ରା, ଷ୍ଟାଣ୍ଡଅପ୍ ଭଳି ଯୋଜନା ଦ୍ୱାରା ମହିଳାମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି।

- Advertisement -

ଓଡ଼ିଶା ଭଳି ରାଜ୍ୟରେ କେବଳ ନିଯୁକ୍ତି ଦେବା ପାଇଁ ନୁହେଁ ବରଂ ନିଯୁକ୍ତିଦାତା ସୃଷ୍ଟି କରାଇବା ପାଇଁ ହେବ। ଶିକ୍ଷା, ଦକ୍ଷତା, କାର୍ଯ୍ୟକ୍ଷେତ୍ରରେ ମହିଳା ଓ ଗ୍ରାମାଞ୍ଚଳର ଭାଗିଦାରୀକୁ ବଢାଇବା ପାଇଁ ହେବ। ବଟମ୍ ଅଫ୍ ପିରାମିଡ୍ ତଥା ସମାଜର ଅନ୍ତିମ ଶ୍ରେଣୀରେ ଥିବା ଗରିବ, ବଞ୍ଚିତ, ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ଶିକ୍ଷା ଓ ସ୍କିଲକୁ ଯୋର୍ ଦେବାକୁ ପଡିବ। ସେମାନଙ୍କ ହାତ ଧରି ମୁଖ୍ୟସ୍ରୋତରେ ଯୋଡିଲେ ହିଁ ସମାଜର ବିକାଶ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories