www.samajalive.in
Sunday, December 7, 2025
13.1 C
Bhubaneswar

ଶୀତଦିନେ ଖାଆନ୍ତୁ ଖଜୁରୀ, ଜୁଆଣୀ, ମହୁ, ଲେମ୍ବୁ ରସ

ଶୀତଦିନେ ଖାଦ୍ୟ ପାଇଁ ହେଉ ଅଥବା ଅନ୍ୟ କୌଣସି କାରଣ ପାଇଁ ପେଟ ଜନିତ କିଛି ସମସ୍ୟା ଦେଖାଯାଇଥାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ..

ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶରୀରରେ ଜଳୀୟ ଅଂଶର ଅଭାବ ହୋଇନଥାଏ। ସକାଳେ ଉଠିବା ମାତ୍ରେ ପ୍ରଥମେ ଏକ ଗ୍ଲାସ ପାଣି ପିଅନ୍ତୁ। ଏହାଦ୍ୱାରା ବାରମ୍ବାର ହେଉଥିବା ପେଟ ଯନ୍ତ୍ରଣା ଦୂର ହୋଇଥାଏ।

- Advertisement -

ପାଣିରେ ପାନମଧୁରୀ ଭିଜାଇ ପିଇ ପାରିବେ। ଏହାସହ ଜୁଆଣୀ, ମହୁ, ଲେମ୍ବୁ ରସ ମିଶାଇ ମଧ୍ୟ ପିଇପାରିବେ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ, ମୋଟାପଣ ହ୍ରାସ ସହ ଗ୍ୟାଷ୍ଟ୍ରିକ ଓ ଏସିଡିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ସେହିଭଳି ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ଦୂର ପାଇଁ ସେଓ ସିରକା ମଧ୍ୟ ପିଇ ପାରିବେ। ପେଟ ଯନ୍ତ୍ରଣା, ବାନ୍ତି, ବଦହଜମି ଭଳି ସମସ୍ୟା ଦୂର ପାଇଁ ପୁଦିନା ପତ୍ର ପାଣିରେ ଭିଜାଇ ଏହାକୁ ପିଅନ୍ତୁ। ଏହା ଖୁବ ଉତ୍ତମ ଫଳ ପ୍ରଦାନ କରିଥାଏ।

ଶୀତଦିନେ ପେଟ ଜନିତ ସମସ୍ୟା ଦୂର ପାଇଁ ଖାଦ୍ୟ ଖାଇବା ପରେ ଅଳ୍ପ ସମୟ ଚାଲନ୍ତୁ। ଶୀତଦିନେ ବାରମ୍ବାର ହଜମ ଜନିତ ସମସ୍ୟା ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଶୀତଦିନେ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ତେବେ ଏଭଳି ଏକ ଜିନିଷ ରହିଛି ଯାହା ଶୀତଦିନେ ସ୍ୱାସ୍ଥ୍ୟ ପାଇଁ ବରଦାନ ଠାରୁ କମ୍‌ ନୁହେଁ, ତାହା ହେଉଛି ଖଜୁରୀ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ହିମୋଗ୍ଲୋବିନ୍‌କୁ ଶରୀରରେ ବୃଦ୍ଧି କରିଥାଏ। କେଶକୁ ସୁସ୍ଥ ରହିଥାଏ। ତ୍ୱଚାକୁ ବେଶ ଉଜ୍ଜ୍ୱଳ କରିଥାଏ। ଏହା ଗ୍ୟାଷ୍ଟ୍ରିକ୍‌, ଏସିଡିଟି, କୋଷ୍ଠକାଠିନ୍ୟ, ବଦହଜମି ଭଳି ସମସ୍ୟାକୁ ଦୂର କରିଥାଏ। ଶରୀରକୁ ଥଣ୍ଡା ଓ ଅନ୍ୟ ସଂକ୍ରମଣରୁ ଏହା ରକ୍ଷା କରିଥାଏ। ଖଜୁରୀରେ ଆଇରନ, ଫାଇବର, କ୍ୟାଲସିୟମ, ମାଗ୍ନେସିୟମ, ପୋଟାସିୟମ, ଭିଟାମିନ୍‌ ବି ୬ ଭଳି ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories