www.samajalive.in
Sunday, December 7, 2025
14.1 C
Bhubaneswar

କେଉଁ ଶାଗ ଖାଇଲେ ମିଳେ କି ଉପକାର..

ଶୀତ ଋତୁରେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ବିଭିନ୍ନ କିସମର ଶାଗକୁ ସାମିଲ କରନ୍ତୁ। ପ୍ରତ୍ୟେକ ଶାଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।
ବଥୁଆ ଶାଗରେ ଭରପୁର ମାତ୍ରାରେ ଭିଟାମିନ ଏ , ଆଇରନ, କ୍ୟାଲସିୟମ, ଫସଫରସ ଓ ପୋଟାସିୟମ ରହିଛି। ଏହା ବହୁ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ। ବଥୁଆ ଶାଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ବଥୁଆ ଶାଗକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇବା ଦ୍ୱାରା ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ। ବଥୁଆ ଶାଗ ରସରେ ଅଳ୍ପ ଚିନି ମିଶାଇ ଖାଲି ପେଟରେ ନିୟମିତ ୩ ମାସ ପିଇବା ଦ୍ୱାରା ପେଟରେ ହେଉଥିବା ପଥର ବା ଷ୍ଟୋନ୍‍ ସମସ୍ୟା ଦୂର ହୋଇଥାଏ। ବଥୁଆ ଶାଗ ପିଲାଙ୍କୁ ଖାଇବାକୁ ଦେଲେ ସେମାନଙ୍କର ପେଟରେ ଥିବା କୃମି ଆଦି ଦୂର ହୋଇଥାଏ। ବଥୁଆ ଶାଗ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଅଳ୍ପ କିଛି ପରିମାଣରେ ବଥୁଆ ଶାଗ କଞ୍ଚା ଚୋବାଇ ଖାଇଲେ ମୁହଁର ର୍ଦୁଗନ୍ଧ ଦୂର ହୋଇଥାଏ।

ଯକୃତ ଜନିତ ସମସ୍ୟା ଥିବା ରୋଗୀମାନେ କଳମ ଶାଗ ଖାଇବା ଉଚିତ। ଏହା ସେମାନଙ୍କୁ ଯକୃତ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହାସହ ରକ୍ତ କଣିକାର ପରିମାଣ ମଧ୍ୟ ବୃଦ୍ଧି ପାଇଥାଏ। କଳମ ଶାଗ ଖାଇବା ଦ୍ବାରା କେଶ ଘନ ଓ ମୋଟା ହୋଇଥାଏ। ଏହି ଶାଗ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ କର୍କଟ ରୋଗରୁ ମୁକ୍ତି ମିଳିଥାଏ।ଏହାଦ୍ବାରା ମୁହଁର ଚମକ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

- Advertisement -

ମୂଳା ଶାଗ: ମୂଳା ପତ୍ର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମୂଳା ପତ୍ରରେ ଲୌହ, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଫସଫରସ୍ ଭରପୂର ମାତ୍ରାରେ ରହିଛି। ମଧୁମେହ ରୋଗୀମାନେ ସାଲାଡ ଆକାରରେ ମୂଳା ପତ୍ର ଖାଇପାରିବେ। ଏହା ବ୍ୟତୀତ ଖାଲି ପେଟରେ ମୂଳା ପତ୍ରର ରସ ପିଇବା ମଧ୍ୟ ଲାଭଦାୟକ। ମୂଳା ପତ୍ରକୁ ଭାଜି ଅଳ୍ପ ଲୁଣ ପକାଇ ଖାଇପାରିବେ। ପତ୍ର ବ୍ୟତୀତ ମୂଳାକୁ ସାଲାଡ ଆକାରରେ ମଧ୍ୟ ଖାଇ ପାରିବେ ।

ଭିଟାମିନ୍ ସି, ଫାଇବର୍, ପ୍ରୋଟିନ୍, ଲୌହ, ମ୍ୟାଗ୍ନେସିୟମ୍, ଜିଙ୍କ୍, କପର୍, ଫଲିକ୍ ଏସିଡ୍ ଇତ୍ୟାଦି ତତ୍ତ୍ବ ମେଥି ଶାଗରେ ମହଜୁଦ୍ ଥିବା ବେଳେ ମଧୁମେହ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାମ କରେ। ପେଟ ସମସ୍ୟା ଉପୁଜୁଥିଲେ କିମ୍ବା ଖାଦ୍ୟ ବଦ୍‌ହଜମ ହେଉଥିଲେ, ଏଇ ଶାଗ ଖାଇଲେ ଉପଶମ ମିଳୁଥିବାର ବିଶେଷଜ୍ଞଙ୍କ ମତ।

ପାଳଙ୍ଗ ଶାଗରେ ଥିବା ପୋଷକ ତତ୍ତ୍ୱ ଶରୀରରେ ନୂତନ କୋଷିକା ବା ସେଲ ତିଆରି କରିଥାଏ। ଏଥିରେ ଫାଇବର , ଆଣ୍ଟି ଅକ୍ସିଡ଼ାଣ୍ଟ, ଭିଟାମିନ ସି , ଆଇରନ ରହିଛି। ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories