www.samajalive.in
Sunday, December 14, 2025
19.1 C
Bhubaneswar

ବୌଦ୍ଧ ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶିତ

ବୌଦ୍ଧ  : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଚଳିତ ବର୍ଷର ଚିଠା ଭୋଟର ତାଲିକା  ପ୍ରକାଶ କରାଯାଇଛି। ଚିଠା ଭୋଟର ତାଲିକା ପ୍ରକାରେ ଜିଲାରେ ସମୁଦାୟ ୩ ଲକ୍ଷ ୨୬ ହଜାର ୫୨୯ ଜଣ ଭୋଟର ରହିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଉପଜିଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ରବିନ୍ଦ୍ର ନାଥ କହଁର, ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା , ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଭୋଟର ମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲ୍ପଲାଇନ ଆପ ପ୍ରଚଳିତ କରାଯାଇଛି। ବୈଠକକୁ ସହକାରୀ ଜିଲାପାଳ ଶାଶ୍ୱତ ପ୍ରଧାନ ପରିଚାଳନା କରିଥିଲେ। ଚିଠା ଭୋଟର ତାଲିକା ନେଇ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଦାବି ଅଭିଯୋଗ ଗ୍ରହଣ କରାଯିବା ନେଇ ସୂଚନା ଦିଆଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories