www.samajalive.in
Monday, December 15, 2025
15.1 C
Bhubaneswar

ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ନବରଙ୍ଗପୁର : ବର୍ତ୍ତମାନ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ ଆରମ୍ଭ ହୋଇଛି । ଏହି ସଂଶୋଧନ କାର୍ଯ୍ୟକ୍ରମରେ ଶୁୂକ୍ରବାର ନବରଙ୍ଗପୁର ଜିଲାର ଚାରିଟି ବିଧାନସଭା ନିର୍ବାଚନମଣ୍ଡଳୀର ଚିଠା ଭୋଟର ତାଲିକା ଜିଲାପାଳ ଡଃ. କମଳ ଲୋଚନ ମିଶ୍ରଙ୍କ ଦ୍ଵାର। ସର୍ବସାଧାରଣରେ ପ୍ରକାଶ କରାଯାଇଛି । ଜିଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ପାଳ ଡଃ. କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲାପାଳ ମହେଶ୍ଵର ଚନ୍ଦ୍ର ନାୟକ, ଉପଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ସହକାରୀ ଜିଲାପାଳ  ଏମ୍. ମନସ୍ମିତା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜାତୀୟ କଂଗ୍ରେସ ଦଳ ଜିଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ଭାରତୀୟ ଜନତା ପାର୍ଟିର ଜିଲା ସଭାପତି ଜଗଦୀଶ ବିଷୋୟୀ,  ବିଜୁ ଜନତା ଦଳ ନଗର ସଭାପତି  ପ୍ରମୋଦ କୁମାର ରଥ, ବିଏସ୍ ପି ର ଜିଲା ସଭାପତି ଚନ୍ଦ୍ରଦ୍ୱଜ ମାଝୀ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ।
ପ୍ରକାଶିତ ଚିଠା ଭୋଟର ତାଲିକା ଅନୁଯାୟୀ  ନବରଙ୍ଗପୁର  ଜିଲ।ରେ ସମୁଦାୟ ଲୋକସଂଖ୍ୟା ୧୩୭୯୫୩୬ ଜଣ ରହିଥିବା ବେଳେ ଭୋଟର ସଂଖ୍ୟା ରହିଛି  ୮୨୩୩୭୭ ଜଣ । ଏଥିରେ ମହିଳା ଭୋଟର ସଂଖ୍ୟା ସର୍ବାଧିକ ୪୧୫୪୩୬  ,ପୁରୁଷ ଭୋଟର ସଂଖ୍ୟା ୪୦୭୮୭୯   ରହିଛି । ପ୍ରକାଶିତ ଭୋଟର ତାଲିକାରେ ଅଧିକ ୧୩୦୫୯  ନୂତନ ଭୋଟରଙ୍କୁ ସଂଯୁକ୍ତ କରାଯାଇଛି। ଚଳିତ ଭୋଟର ତାଲିକାରେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ ରେ ଭାରତ ନିର୍ବାଚନ ଆୟୋଗ ଙ୍କ ପ୍ରଦତ୍ତ କାର୍ଯ୍ୟକ୍ରମର ସୂଚୀ ଅନୁସାରେ ତା ୨୭.୧୦.୨୦୨୩  ଠାରୁ ତା ୦୯.୧୨.୨୦୨୩   ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟର ମାନଙ୍କଠାରୁ ଆପତ୍ତି ଅଭିଯୋଗ କିମ୍ବା ନୂତନ ଭାବେ ଭୋଟର ତାଲିକାରେ ପଞ୍ଜୀକରଣ ପାଇଁ ଆବେଦନ ଫର୍ମ ଗ୍ରହଣ କରାଯିବ ଯାହାର ଚୁଡାନ୍ତ ତାଲିକା ଆସନ୍ତା ତା  ୦୫.୦୧.୨୦୨୪  ରେ ପ୍ରକାଶ ପାଇବ।
ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ।ରେ  ବୁଥସ୍ତରୀୟ ସ୍ଵତନ୍ତ୍ର ଅଭିଯାନ ଆସନ୍ତା ନଭେମ୍ବର  ୫,୧୧,୧୯ ଓ ୨୫  ତାରିଖରେ  ଅନୁଷ୍ଠିତହେବ। ଜିଲାର ନିର୍ଭୁଲ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ କ୍ଷେତ୍ରରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା,  ପ୍ରତିନିଧି ଜିଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲାପାଳ ଡଃ .ମିଶ୍ର ପରାମର୍ଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories