www.samajalive.in
Monday, December 15, 2025
15.1 C
Bhubaneswar

ସହିଦଙ୍କ ସ୍ମୃତିରେ ଅମୃତ ବାଟିକା ପାଇଁ ସଂଗୃହିତ ମାଟି ନେଇ କାର୍ଯ୍ୟକର୍ତ୍ତାଙ୍କ ଦିଲ୍ଲୀ ଯାତ୍ରା

 ଲଡୁଗାଁ :  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ସହିଦଙ୍କ ସ୍ମୃତିରେ ଅମୃତ ବାଟିକା ପାଇଁ ସଂଗୃହିତ ମାଟି ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ଲାଗି ଏକ ବିଶାଳ ଶୋଭାଯାତ୍ରାରେ କାର୍ଯ୍ୟକର୍ତ୍ତା ବାହାରିଥିଲେ। ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡାଙ୍କ ନେତୃତ୍ୱରେ ଶୁକ୍ରବାର କୋକସରା ବ୍ଲକରୁ ସଂଗ୍ରହୃତ ମାଟି କଳସକୁ ଗାଁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଭବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜଗନ୍ନାଥ ମନ୍ଦିରରେ କୋକସରା ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର ଓ ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟିଙ୍କୁ ହସ୍ତାନ୍ତର କରିଥିଲେ।ଏହା ସହ ସଂଗୃହିତ ମାଟିକୁ ଦୁଇଜଣ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏହି ଅବସରରେ ବିଜେପି ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ, କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ଉପ ସଭାପତି ରଜନୀକାନ୍ତ ପଣ୍ଡା, ଗୋପାଳ ଅଗ୍ରୱାଲ,ମୁକୁନ୍ଦ ପଟ୍ଟନାୟକ, ପ୍ରମୋଦ ପଣ୍ଡା, ଦୈତାରି ବାରିକ,ଭାବଗ୍ରାହୀ ପ୍ରଧାନୀ, ମନୋଜ ନାଏକ, ନବୀନ ପ୍ରଧାନୀ, ଧର୍ମାନନ୍ଦ ପଟ୍ଟନାୟକ, ଧର୍ମାନନ୍ଦ ନେଗି ଓ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ସହିଦ ବୀର ଯବାନଙ୍କ ସ୍ମୃତିକୁ ଉଜାଗର କରିବା ପାଇଁ ମାଟି ସଂଗ୍ରହ  ଅଭିଯାନ ଆରମ୍ଭ ହୋଇଥିଲା ଓ ଏହା ଦୀର୍ଘଦିନ ଧରି ଦେଶର କୋଣ ଅନୁକୋଣରେ ବିଜେପିର କର୍ମକର୍ତ୍ତା ମାନେ ପଦଯାତ୍ରାରେ ଅଭିଯାନ କରି ଦେଶବାସୀଙ୍କ ମନରେ ଦେଶ ପ୍ରେମର ଭାବନା ଉଜାଗର କରି ଦିଲ୍ଲୀରେ ସହିଦ ଯବାନଙ୍କ ସ୍ମୃତିରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ପାଇଁ ମାଟି ସଂଗ୍ରହ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories