www.samajalive.in
Saturday, December 13, 2025
21.1 C
Bhubaneswar

ଦୁଇ ଦିନ ଉପବାସରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ

ଭୁବନେଶ୍ୱର : ଦୁଇଦିନ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଉପବାସରେ। କେବେ ସ୍ବାଭାବିକ ହେବ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ନୀତିକାନ୍ତିରେ ଅଚଳାବସ୍ଥା ଜାରି ରହିଛି। ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ସେମାନଙ୍କ ଜିଦ୍‌ରେ ଅଟଳ। ଦିଅଁ ଉପବାସ ରହିବା ପ୍ରସଙ୍ଗରେ ସହକାରୀ ଦେବୋତ୍ତର ଆୟୁକ୍ତ ଗଗନ ସାହୁ ତିନି ନିଯୋଗ ସେବାୟତଙ୍କ ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା କରିବା ପରେ ଏକ ନିର୍ଦେଶନାମା ଜାରି କରି ତାହାକୁ କାର୍ଯ୍ୟକାରୀ କରିବାକୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ଟ୍ରଷ୍ଟବୋର୍ଡ ସଭାପତି ଏବଂ ଦେବୋତ୍ତର ନିରୀକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି।
ସେ ତାଙ୍କ ନିର୍ଦେଶନାମାରେ ଦର୍ଶାଇଛନ୍ତି ଯେ, ସଂଶୋଧିତ ପରିଚାଳନା ବ୍ୟବସ୍ଥା ଅନୁସାରେ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିବାକୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସେବାୟତ ନିଯୋଗଙ୍କ ସହ ଆଲୋଚନା କରିବେ। ଯଦି ଆଲୋଚନା ଫଳପ୍ରଦ ନ ହୁଏ, ତେବେ ଧାରା ୧୭ ଅନୁଯାୟୀ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଏହାର ସମସ୍ତ ରିପୋର୍ଟ ପ୍ରଦାନ କରିବା ସହିତ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତି ଦିଅଁଙ୍କ ନୀତିକାନ୍ତି କେବେ ବନ୍ଦ ହୋଇଛି ଏବଂ ସେ ବାବଦରେ ସେବାୟତଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଜଣାଇବାକୁ ସେ ନିର୍ଦେଶ ଦେଇଥିବା ଜଣାପଡିଛି।
ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ପାଞ୍ଚବର୍ଷ ତଳେ ଯେଉଁ ଜମିକୁ ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ
ଶ୍ରୀଲିଙ୍ଗରାଜଙ୍କ ଜମି ବୋଲି କହୁଥିଲା ଏବେ କେମିତି ସେମାନଙ୍କ ଭାଷା ବଦଳି ଯାଇଛି। କାହା ଚାପରେ ଦେବୋତ୍ତର ଆୟୁକ୍ତ ଅଛନ୍ତି। ଶ୍ରୀଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ କାର୍ଯ୍ୟ କରିବାକୁ ନେଇ ମୋଟା ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି ବୋଲି ଶ୍ରୀ ପତି କହିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡିବ।
ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି, ଶ୍ରୀଲିଙ୍ଗରାଜଙ୍କ ବେବନ୍ଦୋବସ୍ତ ଜମି ସମ୍ପର୍କରେ ସମସ୍ତ ସେବାୟତ ନିଯୋଗ ସଭାପତି ଓ ସମ୍ପାଦକଙ୍କୁ ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ସେଥିରେ ଦେବୋତ୍ତର ଆୟୁକ୍ତ ଶିଶିର କୁମାର ରଥ କହିଥିଲେ, ବେବନ୍ଦୋବସ୍ତ ଜମିରେ ସେବାୟତ ଦଖଲରେ ରହିପାରିବେ, କିନ୍ତୁ କୌଣସି ନିର୍ମାଣ କାର୍ଯ୍ୟ କରିପାରିବେ ନାହିଁ। ଏବେ କେମିତି ବଡୁ ନିଯୋଗ ଦିଅଁଙ୍କ ବେବନ୍ଦୋବସ୍ତ ଜମିରେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ବୋଲି ଦେବୋତ୍ତର ଆୟୁକ୍ତଙ୍କୁ ସେ ପ୍ରଶ୍ନ କରିଛନ୍ତି।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories