www.samajalive.in
Thursday, December 11, 2025
15.1 C
Bhubaneswar

ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସନ୍ଦିଗ୍ଧ ଗାଡି

ସମ୍ବଲପୁର : ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଗୁରୁବାର ରାତିରେ ଏକ ସନ୍ଦିଗ୍ଧ ବୋଲେରୋ ଗାଡିକୁ ଜବତ କରାଯାଇଛି । ପ୍ରାପ୍ତ ସୂଚାନୁଯାୟୀ, କାଲି ଉଚ୍ଚ ପଦସ୍ଥ ଅଧିକାରୀଙ୍କ  ଜିଲା ମୁଖ୍ୟଚିକିତ୍ସାଳୟକୁ ଗସ୍ତ ଥିବାରୁ ଆଜି ସନ୍ଧ୍ୟାରେ ଡାକ୍ତରଖାନା ପରିସରରେ ପାର୍କିଂ କରୁଥିବା ଗାଡି ଗୁଡିକୁ ପୁଲିସ ପରିସର ମଧ୍ୟରୁ ବାହାର କରୁଥିଲା। ସେହି ସମୟରେ ପରିସର ମଧ୍ୟରେ ଏକ ବୋଲେରୋ ଗାଡିକୁ ହଟାଇବା ପାଇଁ ତାର ମାଲିକ କିମ୍ବା ଚାଳକକୁ ଖୋଜା ପଡିବା ସମୟରେ କେହି ଆସି ନ ଥିଲେ। ଏଣୁ ପୁଲିସ ବାଧ୍ୟ ହୋଇ ଉକ୍ତ ଗାଡିରେ ଲେଖାଥିବା ପଞ୍ଜିକରଣ ନମ୍ବରରୁ ଡାଟା ବାହାର କରି ସେଠାରେ ଉଲ୍ଲେଖ ଥିବା ଗାଡି ମାଲିକଙ୍କ ଫୋନ ନମ୍ବରକୁ କଲ କରିଥିଲା। ଅପରପଟରେ ସୁନ୍ଦରଗଡ ଜିଲାର ଜଣେ ବ୍ୟକ୍ତି ଫୋନ ଉଠାଇ ତାଙ୍କର ମଧ୍ୟ ବୋଲେରୋ ଗାଡି ରହିଥିବା ଏବଂ ତାଙ୍କର ଗାଡି ତାଙ୍କ ପାଖରେ ଥିବା କହିବା ସହିତ ତାଙ୍କର ନମ୍ବରରେ ଅନ୍ୟ ଏକ ଗାଡି ଚାଲାଉଥିବାର ଜାଣି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏହା ପରେ ପୁଲିସ ବାଧ୍ୟ ହୋଇ ଆଇନ ଅନୁଯାୟୀ ସେହି ଗାଡିର କବାଟକୁ  ଖୋଲି ଚେକିଂ ସମୟରେ ଉକ୍ତ ଗାଡିରୁ କୋଭିଡ-୧୯ ସମୟର ଏକ ଆମ୍ବୁଲାନ୍ସ ଷ୍ଟିକର ଏବଂ ଏକ ଆରସି ବହି ପାଇଥିଲା। ଉକ୍ତ ଆରସି ବହିରେ ଉଲ୍ଲେଖ୍ୟ ଥିବା ଏକ ଫୋନ ନମ୍ବରକୁ ପୁଣି ପୁଲିସ ଫୋନ କରିବାରୁ ଉକ୍ତ ନମ୍ବରଟି କଟକ ଜିଲାରେ ଲାଗିଥିଲା। ଜଣେ ମହିଳା ଫୋନ ଉଠାଇବା ସହିତ ତାଙ୍କର କୌଣସି ପ୍ରକାରର ଗାଡି ନାହିଁ ବୋଲି ପୁଲିସକୁ ସୂଚନା ଦେଇଥିଲେ। ଫଳରେ ପୁଲିସ ଗାଡିର ପ୍ରକୃତ ମାଲିକକୁ ଠାବ କରି ନ ପାରି ଟାଉନ ଥାନାକୁ ଉଠାଇ ନେଇଥିଲା। ଏ ସମ୍ପର୍କରେ ଟାଉନ ଥାନାଧିକାରୀଙ୍କୁ ପଚାରିବାରୁ ସେ ଗୋଟିଏ ଗାଡି ଧରାଯାଇଛି ଏବଂ ତଦନ୍ତ ଚାଲିଛି ବୋଲି କହିଥିଲେ।

ଅପରପକ୍ଷରେ ଅଞ୍ଚଳରେ ଚାଲୁଥିବା ଚର୍ଚ୍ଚା ଅନୁଯାୟୀ, ଉକ୍ତ ଗାଡି ବେଶ କିଛି ବର୍ଷ ହେବ ମୁଖ୍ୟ ଡାକ୍ତରଖାନା ଅଞ୍ଚଳରେ ଆମ୍ବୁଲାନ୍ସ ରୂପେ କରୁଛି । ଏଭଳିକି କୋଭିଡ-୧୯ ସମୟରେ ମଧ୍ୟ ଉକ୍ତ ଗାଡିଟି ଚାଲୁଥିଲା। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଉକ୍ତ ଗାଡିଟି କିଣା ଯିବା ପରେ ପଞ୍ଜିକରଣ କରାଯାଇ ନାହିଁ କିମ୍ବା ଏକ ଚୋରି ଗାଡି। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟ ଭଳି ଅଞ୍ଚଳରେ ଏଭଳି ଏକ ସନ୍ଦିଗ୍ଧ ଗାଡି ରହିବା ପୁଲିସକୁ ଏତେ ବର୍ଷ ହେବ ଜଣା ନ ପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଉଭୟ ସରକାରୀ ଓ ବେସରକାରୀ ସୁରକ୍ଷା ବ୍ୟବସ୍ଥା ସତ୍ୱେ ନିୟମିତ ରୋଗୀ ତଥା ପରିଜନ ମାନଙ୍କ ବିଭିନ୍ନ ସାମଗ୍ରୀ ଚୋରି ଘଟଣା ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ସନ୍ଦିଗ୍ଧ ଗାଡି ଜବତ ହେବା ଏହାର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି। ଏହି ଡାକ୍ତରଖାନାରେ ନିୟମିତ ହଜାରରୁ ଉର୍ଦ୍ଧ ରୋଗୀ ଓ ପରିଜନ ରହୁଥିବା ବେଳେ ସୁରକ୍ଷା ଘେରରେ ରହିଥିବା ଡାକ୍ତରଖାନା ପରିସରରୁ ସନ୍ଦିଗ୍ଧ ଗାଡି ମିଳିବା ଘଟଣା ସମସ୍ତଙ୍କୁ ଭୟଭୀତ କରୁଛି। ଅନ୍ୟ ପଟରେ ପରିବହନ ବିଭାଗ ଓ ଟ୍ରାଫିକ ବିଭାଗର ଖାମଖିଆଲି ନିତି ଯୋଗୁଁ ନକଲି ନମ୍ବର ପ୍ଲେଟ ଲଗାଇ ବର୍ଷ ବର୍ଷ ଧରି ସମ୍ବଲପୁରର ମୁଖ୍ୟ ଡାକ୍ତରଖାନା ସମେତ ଅଞ୍ଚଳରେ ଗାଡି ଘୂରି ବୁଲିବା ଘଟଣାରେ ନିଶ୍ଚିତ ରୂପେ ଡାକ୍ତରଖାନା କତ୍ତୃପକ୍ଷ, ପରିବହନ, ପୁଲିସ ଓ ଟ୍ରାଫିକ ବିଭାଗର କିଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀ କିମ୍ବା ଅଧିକାରୀ ମାନେ ସାମିଲ ରହିଥାଇ ପାରନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories