www.samajalive.in
Monday, December 15, 2025
16.1 C
Bhubaneswar

କେନ୍ଦୁଝରରେ ଅସୁରକ୍ଷିତ ଗଜରାଜ, ଟ୍ରେନ ଧକ୍କାରେ ପୁଣି ଏକ ହାତୀର ଜୀବନ ଗଲା

କେନ୍ଦୁଝରଗଡ଼: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳରେ ଗତ ୨୩ ତାରିଖରେ ଏକ ଶିଶୁ ହାତୀର ମୃତ୍ୟୁ ଘଟିଥିବା ବେଳେ ଦିନକ ପରେ ବୁଧବାର ସକାଳୁ ପୁଣି ଏକ ମାଈ ହାତୀର ମାଲବାହୀ ଟ୍ରେନ ଧକ୍କାରେ ମୃତ୍ୟୁ ଘଟିବା କେନ୍ଦୁଝର ଜିଲାରେ ଗଜରାଜ ଅସୁରକ୍ଷିତ ନେଇ ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉଦ୍‍ବେଗ ପ୍ରକାଶ ପାଇଛି।

କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଞ୍ଚଳ ଅଧିନ ବାମେବାରୀ ସେକ୍ସନ ନୟାଗଡ-ଜୁରୁଡି ରେଳ ଷ୍ଟସନ ମଝିରେ ପଳସା ନିକଟରେ ବୁଧବାର ସକାଳ ପ୍ରାୟ ୫ଟାରୁ ୬ଟା ମଧ୍ୟରେ ଏକ ମାଲବାହୀ ଟ୍ରେନ ଧକ୍କାରେ ଏକ ୩୦ବର୍ଷର ମାଈ ହାତୀର ମୃତ୍ୟୁ ଘଟିଥିବା ନେଇ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧଦରାଜ ଏଚ.ଡି ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ହାତୀଟି ଟ୍ରେନ ଲାଇନ ପାର ଅତିକ୍ରମ କରିବା ସମୟରେ ଟ୍ରେନ ଧକ୍କାରେ ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଡିଏଫଓ ଧନରାଜ କହିଛନ୍ତି। ହାତୀ ମୃତ୍ୟୁ ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ତୁରନ୍ତ ଜୁରୁଡି ଷ୍ଟେସନ ମାଷ୍ଟରଙ୍କୁ ଏ ସମ୍ପର୍କରେ ସୂଚନା ପ୍ରଦାରନ କରାଯାଇଇଥିଲା।

- Advertisement -

ଏହାପରେ ବନ ବିଭାଗର ବରିଷ୍ଠ ପଦାଧିକାରୀ, ରେଳ ବିଭାଗ ଅଧିକାରୀ ଓ ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁ ନେଇ ମିଳିତ ତଦନ୍ତ ଆରମ୍ଭ କରିଚନ୍ତି। ଏତଦ୍‍ବ୍ୟତୀତ ଜଏଣ୍ଟ ଟାସ୍କ ଫୋର୍ସ (ଜେଟିଏଫ)ର ଅଧ୍ୟକ୍ଷ ମନୋଜ ଭି.ନାୟାରଙ୍କ ସହ କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି ଓ ସହକାରୀ ବନ ସଂରକ୍ଷକ ଅଶୋକ ଦାସଙ୍କ ସମେତ ପୁଲିସ ବିଭାଗ ଓ ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟର ଅଧିକମାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁ କାରଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି। କେନ୍ଦୁଝର ଜିଲାରେ ଦୃତ ଟ୍ରେନ ଚାଳନା ସାଙ୍ଗକୁ ଜଙ୍ଗଲ ଅଞ୍ଚଳରେ ଅସୁରକ୍ଷିତ ବିଦ୍ୟୁତ୍‍କରଣ ଯୋଗୁଁ ବିରଳ ବନ୍ୟପ୍ରାଣୀ ହାତୀ ମୃତ୍ୟୁ ଦିନକୁ ଦିନ ବେଶ୍‍ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ରୋକିବା ନେଇ ବନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅନେକାଂଶରେ ବିଫଳ ହୋଇଥିବା ଏବେ ବନ ବିଭାଗ ଅଧିକାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ବିଶେଷକରି ଯୋଡା-ବଡବିଲ ଖଣି ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନରେ ସନ୍ଧ୍ୟା ୬ ରୁ ସକାଳ ୬ ପର୍ଯ୍ୟନ୍ତ ଯେକୌଣସି ଟ୍ରେନର ବେଗ ୪୦ରୁ ଉର୍ଦ୍ଧ୍ବ ନହେବା ସହ ଉକ୍ତ ରେଳପଥ ଦେଇ ରେଳ ଚଳାଚଳ ସମୟରେ ନିୟମିତ ହର୍ଣ୍ଣ ବଜାଇବା ପାଇଁ ରେଳ ବିଭାଗ ଉଚ୍ଚ ପଦାଧିକାରୀଙ୍କ ସହ ବହୁବାର ଆଲୋଚନା ସତ୍ତେ୍ୱ ଦୃତଗତିରେ ;ବପରୁଆ ଟ୍ରେନ ଚଳାଚଳ ଯୋଗୁଁ ହାତୀ ମୃତ୍ୟୁ ଘଟୁଥିବା ନେଇ ବନ ବିଭାଗ ପକ୍ଷରୁ ରେଳ ବିଭାଗକୁ ସିଧାସଳଖ ଭାବେ ଦାୟୀ କରିଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି।

ହାତୀ ମୃତ୍ୟୁ କାରଣର ପ୍ରଆଥମିକ ତଦନ୍ତ ପରେ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସଂରକ୍ଷଣ ଅଧିନିୟମ-୧୯୭୨ ଅନୁଯାୟୀ ରେଳ ବିଭାଗ ବିରୋଧରେ ଏକ ମାମଲା ରୁଜୁ କରିବା ସହ ଦକ୍ଷିଣ-ପୂର୍ବ ରେଳ ବିଭାଜନକୁ କାରଣଦର୍ଶାଅ ନୋଟିସ୍‍ ମଧ୍ୟ ଜାରି କରାଯାଇଛି। ଏଥିସହ ହାତୀ ମୃତ୍ୟୁ ତଦନ୍ତ ରିପୋର୍ଟ ପ୍ରଦାନ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ତୁରନ୍ତ ଗ୍ରହଣ କରାଯିବ ବୋଲି ଡିଏଫଓ ଶ୍ରୀ ଧନରାଜ କହିଚନ୍ତି। ବନ ବିଭାଗ ପକ୍ଷରୁ କାରଣଦର୍ଶାଅ ନୋଟିସ୍‍ ଜାରି ପରେ ରେଳ ବିଭାଗ ପକ୍ଷରୁ ଦୋଷ ଲୁଚାଇବାକୁ ଯାଇ ଦୁର୍ଘଟଣା ଘଟାଇଥିବା ମାଲବାହୀ ଟ୍ରେନର ଲୋକୋ ପାଇଲଟଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories