www.samajalive.in
Sunday, December 14, 2025
19.1 C
Bhubaneswar

ବୌଦ୍ଧ ଜିଲାସ୍ତରୀୟ ସହିଦ ଦିବସ ପାଳିତ

ବୌଦ୍ଧ: ବୌଦ୍ଧଜିଲା ପୁଲିସ ଓ ୫ମ ଆଇଆରବି ପକ୍ଷରୁ ବଲାସିଙ୍ଗା ସ୍ଥିତ ଆଇଆରବି ପରେଡ ପଡିଆରେଠାରେ ୬୪ ତମ ପୁଲିସ ସହିଦ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହିତ ସହିଦ ହୋଇଥିବା ଯବାନମାନଙ୍କର ନାମ ପାଠ କରିଥିଲେ। ଅତିଥିଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ପଞ୍ଚମ ଇଣ୍ଡିଆନ ରିଜର୍ଭ ବାଟାଲିଆନର ଦୁର୍ଗପତି ଦୁର୍ବାସା ନାଏକ ଯୋଗ ଦେଇଥିଲେ। ସହିଦ ଦିବସ ଅବସରରେ ବୌଦ୍ଧ ଜିଲାର ସହିଦ ପରିବାର ତେତେଲେଙ୍ଗା ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ ପିତା ଏକାଦେଶୀ ପ୍ରଧାନ ଓ ପଦ୍ମନପୁର ଗ୍ରାମର ସହିଦ ବିଭୁଧେନ୍ଦ୍ର ବିଶ୍ୱାଳଙ୍କ ପିତା ବସନ୍ତ ବିହାରୀ ବିଶ୍ୱାଳଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ ମିଂଜି, ଉପ ଦୁର୍ଗପତି ଗୋପବନ୍ଧୁ ତ୍ରିପାଠି, ଶ୍ରଦ୍ଧାକର ଧରୁଆ, ସହକାରୀ ଦୁର୍ଗପତି ଖଗପତି ନାଏକ, ରଙ୍କନିଧି ଜାନୀ, ଡିଏସପି ସଂଯୁକ୍ତ ବାର୍ଲା, ଏସଡିପିଓ କୈଳାସ ସେଠୀ, ଆରଆଇ କୁଳମଣୀ ଗିରି, ଜିଲା ସୁଚନା ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ, ବୌଦ୍ଧ ଥାନା ଅଧିକାରୀ ଶାରଦା ପ୍ରଶନ୍ନ ଦାସ, ଉପ ଦୁର୍ଗପତି ନାଗେଶ ଜେନ. ଟିକେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories