www.samajalive.in
Monday, December 15, 2025
26.1 C
Bhubaneswar

୬୪ତମ ପୁଲିସ୍ ଶହୀଦ ଦିବସ ପାଳିତ

ଢେଙ୍କାନାଳ ସଦର: ଢେଙ୍କାନାଳ ପୁଲିସ୍ ରିଜର୍ଭ ପଡିଆଠାରେ ୬୪ତମ ପୁଲିସ୍ ଶହୀଦ ଦିବସ ପାଳିତ ହୋଇଯାଇଛି। ଦେଶମାତୃକାର ସେବା ପାଇଁ ପ୍ରାଣବଳୀ ଦେଇଥିବା ବୀର ପୁଲିସ ମାନଙ୍କ ସ୍ମୃତି ଉଦେ୍ଦ୍ୟରେ ଢେଙ୍କାନାଳ ପୁଲିସ୍ ପକ୍ଷରୁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ପୁଲିସ୍ ଶହୀଦ ସ୍ମୃତି ଦିବସ ଅବସରରେ ପ୍ରେରିତ ବାର୍ତ୍ତା ପାଠ କରିଥିଲେ। ଏଥିସହିତ ଚଳିତବର୍ଷ ଦେଶରେ ଶହୀଦ ହୋଇଥିବା ବୀର ପୁଲିସ କର୍ମଚାରୀ ମାନଙ୍କର ନାମ ପାଠ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରିଜର୍ଭ ପୁଲିସ୍ ପକ୍ଷରୁ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଅତିଥି ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାପାତ୍ରଙ୍କ ସହ ଜିଲାପାଳ ସରୋଜ କୁମାର ସେଠୀ, ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଲଳିତ ମୋହନ ବେହେରା, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠି, ଅତିରିକ୍ତ ଏସ୍ପି ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଏସ୍ପି ସୂର୍ଯ୍ୟମଣୀ ପ୍ରଧାନଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ପୁଷ୍ପମାଲ୍ୟ ଓ ପୁଷ୍ପ ଅର୍ପଣ କରି ସହିଦ ବୀର ପୁଲିସ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories