ପୂଜା ବଜାରରେ ଭାରୀଯାନ, ଜିଲାପାଳଙ୍କ ନିର୍ଦେଶକୁ ଫୁ

କାମାକ୍ଷାନଗର: କାମାକ୍ଷାନଗର ସହରରେ ଦୁର୍ଗାପୂଜାର ଭିଡ଼ ଆରମ୍ଭ ହୋଇଯାଇଛି। ତେବେ ସହର ମଧ୍ୟ ଦେଇ ଭାରୀଯାନକୁ ଜିଲାପାଳଙ୍କ ପକ୍ଷରୁ ନୋ ଏଣ୍ଟ୍ରି ନିର୍ଦେଶକୁ ଅବମାନନା କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସହର ମଧ୍ୟ ଦେଇ ପୂର୍ବାହ୍ନ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳରେ କଟକଣା ରହିଛି। ଜିଲାପାଳଙ୍କ ପକ୍ଷରୁ ଏହି ନିର୍ଦେଶନାମା ଜାରି ହୋଇଥିବା ସତ୍ୱେ ପୂଜା ବଜାର ମଧ୍ୟରେ ସନ୍ଧ୍ୟା ସମୟରେ ଭାରୀଯାନ ଚଳାଚଳ କରୁଥିବାରୁ ସହର ତଥା ଗ୍ରାମାଞ୍ଚଳରୁ ଆସୁଥିବା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାର୍ବଣ ସମୟରେ ଭାରୀଯାନ ପ୍ରବେଶକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.