www.samajalive.in
Monday, December 15, 2025
14.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି : ଆଜି କେନ୍ଦ୍ରୀୟ ଜନଜାତି କାର୍ଯ୍ୟ ତଥା ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଲକାନଗିରି ଗସ୍ତ କରି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ଜଳ ଶକ୍ତି ଓ ଜନଜାତି ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି। ମାଲକାନଗିରି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏହାର ସାମଗ୍ରୀକ ବିକାଶ ନିମନ୍ତେ ସମସ୍ତଙ୍କର ଉତ୍ତର ଦାୟିତ୍ଵ ରହୁଛି। ଜନଜାତିଙ୍କ ବିକାଶ ନିମନ୍ତେ ସମସ୍ତେ ମିଳିତ ଭାବେ କାର୍ୟ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି । ସମୀକ୍ଷା ବୈଠକରେ ମାଲକାନଗିରି ବିଧାୟକ, ଆଦିତ୍ୟ ମାଢି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ରଥ ମଞ୍ଚାସିନ ଥିଲେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ କିଭଳି ଜନଜାତି ବର୍ଗଙ୍କ ବିକାଶ କାର୍ୟ୍ୟ ଚାଲିଛି ସେ ବିଷୟରେ ମନ୍ତ୍ରୀ ଶ୍ରୀ ଟୁଡୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଜିଲ୍ଲାରେ ବସବାସ କରୁଥିବା ଆଦିମ ବଣ୍ଡା ଓ ଦିଦାୟୀ ଜନଜାତିଙ୍କର ସର୍ବାଙ୍ଗୀନ ବିକାଶ ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରକଳ୍ପ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଜୀବନ ଜୀବିକା ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାରେ ମାଣ୍ଡିଆ, ହଳଦୀ, ଲେମ୍ବୁ ,ଘାସ, ଝାଡୁ ଓ ଝୁଣା ଆଦି ସାମଗ୍ରୀର ପାକେଜିଂ ଓ ବ୍ରାଣ୍ଡିଂ ବ୍ୟବସ୍ଥା କରାଯାଇ ବଜାରରେ ସୁଲଭ ମୂଲ୍ୟରେ ବିକ୍ରୟ ବ୍ୟବସ୍ଥା କରାଯାଉଛି। ଜନସାଧାରଣଙ୍କ ହିତ ସାଧନ ସହ ଉତ୍ତମ ପାନୀୟ ଜଳ ଯୋଗାଣ ନିମନ୍ତେ ଜଳର ଗୁଣବତ୍ତା ପରୀକ୍ଷା କରାଯାଉଛି। ତାସହ ଯେଉଁ ଅଞ୍ଚଳରେ ଲୌହର ପରିମାଣ ଅଧିକ ରହିଛି ଉକ୍ତ ସ୍ଥାନରେ ଜଳରୁ ଅତ୍ୟଧିକ ଲୌହର ପରିମାଣକୁ ହ୍ରାସ କରିବା ପାଇଁ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି କୃଷି କ୍ଷେତ୍ରରେ ବିଭିନ୍ନ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ନିମନ୍ତେ କୃଷକ ମାନଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଉଛି। ଓଡ଼ିଶା ମିଲେଟ ମିଶନ ଓ ସ୍ବତନ୍ତ୍ର ପ୍ରକଳ୍ପ ଜରିଆରେ ଚାଷୀଙ୍କ ଉନ୍ନତି ନିମନ୍ତେ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଅଭିନବ ଯନ୍ତ୍ରପାତି ଆବିଷ୍କାର କରି ଚାଷ କରୁଥିବା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ ଯୋଜନା ମାଧ୍ୟମରେ ପୁରସ୍କୃତ କରାଯାଉଅଛି ବୋଲି ମଧ୍ୟ ସୂଚନା ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍ତମ ସଡକ ପଥ ନିର୍ମାଣ କରିବା ଉପରେ ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ। ଅମୃତ ସରୋବର, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ,ଏମଜିଏନଆରଜିଏସ ଯୋଜନା ସହ ଜଙ୍ଗଲ ଓ ଜଳସେଚନ ବିଭାଗର ପ୍ରକଳ୍ପ ଗୁଡ଼ିକ ବିଷୟରେ ମଧ୍ୟ ଏଠାରେ ସମୀକ୍ଷା କରାଯାଇଛି। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories