www.samajalive.in
Monday, December 15, 2025
14.1 C
Bhubaneswar

ଉନ୍ନତ ଅନୁବଂଶୀୟ ଜୟନ୍ତୀ ରୋହି ଓ ଭାକୁର ମାଛ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ସଂସ୍ଥା (ସିଫା) ପକ୍ଷରୁ ଉନ୍ନତ ଅନୁବଂଶୀୟ ଜୟନ୍ତୀ ରୋହି ଓ ଭାକୁର ମାଛର ପ୍ରଜନନକୁ ବହୁଗୁଣିତ କରିବା ପାଇଁ ମହାରାଷ୍ଟ୍ରର ଅଗ୍ରଣୀ ଚାଷୀ ତଥା ହାଚେରୀ ମାଲିକ ଝୁଲେକା ଫିରୋଜ ଟମ୍ବୋଲି, କେନ୍ଦ୍ରାପଡ଼ାର ଝିନା ପରିଡ଼ା, ଆନ୍ଧ୍ରପ୍ରଦେଶର କୁମାର ସ୍ୱାମୀଙ୍କ ସହିତ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଯାଇଛି।
ଏହି ଅବସରରେ ସିଫାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଡଃ ପି. କେ. ସାହୁ କହିଥିଲେ ଯେ, ମଧୁରଜଳ ଜୀବ ପାଳନ କରୁଥିବା ଚାଷୀମାନଙ୍କ ପାଇଁ ଆଇସିଏଆର୍-ସିଫା ଅନେକ ଜ୍ଞାନକୌଶଳ ବିକଶିତ କରିଛି । ଜୟନ୍ତୀ ରୋହି ଏବଂ ଉନ୍ନତ ଅନୁବଂଶୀୟ ଭାକୁର ମାଛର ପ୍ରଜନନକୁ ବହୁଗୁଣିତ କରାଗଲେ କୃଷକମାନଙ୍କର ଉତ୍ପାଦନ ବୃଦ୍ଧି ପାଇବ ଓ ରୋଜଗାର ଦ୍ୱିଗୁଣିତ ହୋଇପାରିବ। ଫିସ୍ ଜେନେଟିକ୍ସ ଓ ବାୟୋ ଟେକ୍ନୋଲୋଜି ବିଭାଗର ମୁଖ୍ୟ ଡଃ ଜେ. କେ. ସୁନ୍ଦରାୟ କହିଥିଲେ ଯେ, ବହୁଗୁଣିତ ଏକକ ଗୁଡ଼ିକ ସିଫାର ବ୍ରାଣ୍ଡ ଆମ୍ବାସାଡ଼ାର। ଏହି ବହୁଗୁଣିତ ଏକକ ବା ମଲ୍ଟିପ୍ଲାୟର ୟୁନିଟ୍ ଗୁଡ଼ିକ ସିଫାର ଜ୍ଞାନକୌଶଳକୁ ସାଧାରଣ କୃଷକଙ୍କ ପାଖରେ ପହଞ୍ଚାଇ ପାରିବ। ପ୍ରଧାନ ବୈଜ୍ଞାନିକ ଡଃ ଖୁଣ୍ଟିଆ ମୁର୍ମୁ ହାଚେରୀ ମାଲିକଙ୍କୁ ବୁଝାମଣାପତ୍ରର ସର୍ତ୍ତାବଳୀକୁ ସରଳ ଭାବରେ ବୁଝାଇ ଦେଇଥିଲେ । ସିଫାର ପୂର୍ବତନ ପ୍ରଧାନ ବୈଜ୍ଞାନିକ ଡଃ କାନ୍ତାଦାସ ମହାପାତ୍ର ସିଫାରେ କାର୍ଯ୍ୟକାରୀ ହେଉଥିବା ଚୟନମୂଳକ ପ୍ରଜନନର ଐତିହାସିକ ପୃଷ୍ଠଭୂମିକୁ ଆଲୋଚନା କରିିବା ସହ କହିଥିଲେ ଯେ, ଏହି ବୁଝାମଣା ଦ୍ୱାରା ଉତ୍ପାଦନ ନିଶ୍ଚିତ ଭାବରେ ବୃଦ୍ଧି ପାଇବ ଏବଂ ଏହା ଦ୍ୱାରା ଉଭୟ ହାଚେରୀ ମାଲିକ ଓ ଚାଷୀ ଲାଭବାନ ହେବେ। ମହାରାଷ୍ଟ୍ର ସରକାରଙ୍କର ମତ୍ସ୍ୟ ବିଭାଗ ସହିତ ଆଇସିଏଆର୍-ସିଫାର ୨୦୧୭ ମସିହାରୁ ଥିବା ସହଯୋଗିତାର ଅନୁଭୂତି ସଂପର୍କରେ ମହାରାଷ୍ଟ୍ର ସରକାରଙ୍କ ଆଞ୍ଚଳିକ ମତ୍ସ୍ୟ ଉପ ଆୟୋଗ ବିଜୟ ସିଖରେ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ। ଜୟନ୍ତୀ ରୋହି, ଏଫ୍ଆର୍ପି ହାଚେରୀ ଓ ସିଫାର ବୈଷୟିକ ଜ୍ଞାନକୌଶଳ ମହାରାଷ୍ଟ୍ରରେ ଆଦୃତି ଲାଭ କରିଛି ବୋଲି ସେ କହିଥିଲେ। ଏହି ଏମ୍ଓୟୁ ସର୍ତ୍ତ ମୁତାବକ ଉଚ୍ଚ ଗୁଣାତ୍ମକ ବୀଜ ଉତ୍ପାଦନକୁ ସେ ତଦାରଖ କରିବେ ବୋଲି କହିଥିଲେ। ବୈଜ୍ଞାନିକ ଡଃ ଅବିନାଶ ରସାଲ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଡଃ ଖୁଣ୍ଟିଆ ମୁର୍ମୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଫାର ବିଭାଗୀୟ ମୁଖ୍ୟ ଡଃ ଜେ. କେ. ସୁନ୍ଦରାୟ, ପିଏମ୍ଇ ସେଲର ଭାରପ୍ରାପ୍ତ ଅଧିକାରୀ ଡଃ ପି. ଦାସ, ମତ୍ସ୍ୟରୋଗ ନିଦାନ ବିଭାଗ ମୁଖ୍ୟ ଡଃ ଏମ୍. ସାମନ୍ତ, ଜଳଜୀବ ଉତ୍ପାଦନ ଓ ପରିବେଶ ବିଭାଗ ମୁଖ୍ୟ ଡଃ ଏସ୍. କେ. ସ୍ୱାଇଁ, ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ଡଃ ଜି.ଏସ୍. ସାହା, ମୁଖ୍ୟ ପ୍ରଶାସନିକ ଅଧିକାରୀ ଏଚ୍. ମୀନା, ବିତ୍ତ ଅଧିକାରୀ ଏସ୍. ଏସ୍. ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories