www.samajalive.in
Sunday, December 7, 2025
26.1 C
Bhubaneswar

‘୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବାକୁ ଲକ୍ଷ୍ୟ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗଗନଯାନ ମିଶନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ବୈଜ୍ଞାନିକମାନଙ୍କୁ କହିଛନ୍ତି ଯେ, ୨୦୪୦ ସୁଦ୍ଧା ଭାରତ ଜଣେ ବ୍ୟକ୍ତିଙ୍କୁ ଚନ୍ଦ୍ରକୁ ପଠାଇବା ଏବଂ ୨୦୩୫ ସୁଦ୍ଧା ଏକ ସ୍ପେସ୍ ଷ୍ଟେସନ୍ ପ୍ରତିଷ୍ଠାର ଲକ୍ଷ୍ୟ ରଖିବା ଉଚିତ୍। ପ୍ରଧାନମନ୍ତ୍ରୀ ମୋଦୀ ବୈଜ୍ଞାନିକମାନଙ୍କୁ ନୂତନ ଲକ୍ଷ୍ୟ ନେଇ ଶୁକ୍ର ଅର୍ବିଟର୍ ମିଶନ୍ ଏବଂ ମଙ୍ଗଳ ଲ୍ୟାଣ୍ଡର ଉପରେ କାର୍ଯ୍ୟ କରିବାକୁ ମଧ୍ୟ କହିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଗଗନଯାନ ମିଶନ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୟରେ ମହାକାଶ ବିଭାଗ ମିଶନର ଏକ ବିସ୍ତୃତ ସମୀକ୍ଷା ଉପସ୍ଥାପନ କରିଥିଲା, ଯେଉଁଥିରେ ଏପର୍ଯ୍ୟନ୍ତ ବିକଶିତ ବିଭିନ୍ନ ଟେକ୍ନୋଲୋଜି ଯେପରିକି, ମାନବ-ରେଟେଡ୍‌ ଲଞ୍ଚ୍ ଯାନ ଏବଂ ସିଷ୍ଟମ ଯୋଗ୍ୟତା ଆଦି ଅନ୍ତର୍ଭୁକ୍ତ। ପିଏମଓ ଅନୁଯାୟୀ, ହ୍ୟୁମାନ୍ ରେଟେଡ୍ ଲଞ୍ଚ୍ ଭେଇକିଲ୍(HLVM3)ର ତିନୋଟି ଅନକ୍ରୁଡ୍‌ ମିଶନ୍ ସହିତ ପ୍ରାୟ ୨୦ଟି ପ୍ରମୁଖ ପରୀକ୍ଷଣର ଯୋଜନା କରାଯାଇଛି। ବୈଠକରେ ମିଶନ ପ୍ରସ୍ତୁତିର ମୂଲ୍ୟାଙ୍କନ କରାଯାଇଥିଲା ଏବଂ ୨୦୨୫ ସୁଦ୍ଧା ଏହାକୁ ଲଞ୍ଚ୍‌ କରିବା ନେଇ ଆଲୋଚନା କରାଯାଇଥିଲା।

- Advertisement -

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଭାରତ ବର୍ତ୍ତମାନ ନୂଆ ତଥା ଉଚ୍ଚାଭିଳାଷୀ ଲକ୍ଷ୍ୟ ଉପରେ କାର୍ଯ୍ୟ କରିବା ଉଚିତ, ଯେଉଁଥିରେ ୨୦୩୫ ସୁଦ୍ଧା ଭାରତୀୟ ମହାକାଶ କେନ୍ଦ୍ର ସ୍ଥାପନ ଏବଂ ୨୦୪୦ ସୁଦ୍ଧା ମନୁଷ୍ୟକୁ ଚନ୍ଦ୍ରକୁ ପଠାଇବା ଅନ୍ତର୍ଭୁକ୍ତ। ଭାରତର ମହାକାଶ ଅନୁସନ୍ଧାନ ପ୍ରୟାସର ଭବିଷ୍ୟତ ଉପରେ ଏକ ବୈଠକ ବେଳେ ମୋଦୀ ଭାରତୀୟ ବୈଜ୍ଞାନିକମାନଙ୍କୁ ଇଣ୍ଟର ପ୍ଲାନେଟାରୀ ମିଶନ ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ କରି ଶୁକ୍ର ଅର୍ବିଟର୍ ମିଶନ୍ ଏବଂ ମଙ୍ଗଳ ଲ୍ୟାଣ୍ଡର ଉପରେ କାର୍ଯ୍ୟ କରିବାକୁ କହିଛନ୍ତି।

 

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories