ପାଟଣା : ପାଟଣା ବନାଞ୍ଚଳରେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏହା ୩ଟି ପର୍ଯ୍ୟାୟ ଦେଇ ଗତି କରିବ। ପ୍ରଥମ ୩ଦିନ ବାଘର ପାଦ ଚିହ୍ନ, ମଳ, ଅମ୍ପୁଡା ଚିହ୍ନ ଆଦି ଠାବ କରାଯିବାକୁ ଉଦ୍ୟମ ସହ ପରେ ପରେ ପି.ଆଇ ପି. ପଦ୍ଧତିରେ ଓ ନଭେମ୍ବର ପହିଲାରୁ ଜଙ୍ଗଲ ଇଲାକାରେ ଟ୍ରାପ କ୍ୟାମେରା ଖଞ୍ଜାଯିବ । ଏଥିପାଇଁ ୧୪ଟି ବିଟ ଅଞ୍ଚଳରେ ବ୍ୟବସ୍ଥା କରାଯାଇଛି। ବନାଞ୍ଚଳ ଅଧିକାରୀ ବନବିହାର ସର୍ଦାର, ଉପବନାଞ୍ଚଳ ଅଧିକାରୀ ଅମୂଲ୍ୟ କୁମାର ସେନାପତି, ପାଟଣା ବନପାଳ ପିଅନ ନାଏକ, ସାହାରପଡା ବନପାଳ ଭୂପତି ସେଠୀ ପ୍ରମୁଖଙ୍କ ସହ ସମସ୍ତ ବିଟର ବନରକ୍ଷୀ ଓ ପାରା କର୍ମଚାରୀ ମାନେ ବାଘ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗତକାଲି କର୍ମଚାରୀ ମାନେ ପାଟଣା ବନାଞ୍ଚଳ ଅନ୍ତର୍ଗତ ଅଟେଇ ଜଙ୍ଗଲରେ ସର୍ବେକ୍ଷଣ କାର୍ଯ୍ୟରେ ସାମିଲ ଥିବା ଦେଖାଯାଇଥିଲା।
Popular Categories



