www.samajalive.in
Monday, December 15, 2025
16.1 C
Bhubaneswar

ଶ୍ରୀଲଙ୍କାକୁ ହରାଇଲା ଅଷ୍ଟ୍ରେଲିଆ

ଲକ୍ଷ୍ନୌ : କ୍ରିକେଟ୍‌ ବିଶ୍ବକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ତରଫରୁ ଓପନର୍‌ ମିଚେଲ ମାର୍ଶ ଓ ଜୋସ୍‌ ଇନ୍‌ଗ୍ଲିସ୍‌ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଗ୍ଲେନ୍‌ ମ୍ୟାକ୍‌ସୱେଲ୍‌ ଦ୍ରୁତଗତିରେ ରନ୍‌ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ।
ଟସ୍‌ ଜିତି ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪୩.୩ ଓଭରରେ ୨୦୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଦଳ ତରଫରୁ ପାଥୁମ ନିଶାଙ୍କା ଓ କୁଶଳ ପରେରା ବ୍ୟାଟିଂ ଓପନ୍‌ କରିଥିଲେ। ଉଭୟ ମୂଳରୁ ଭଲ ବ୍ୟାଟିଂ କରି ପ୍ରଥମ ୱିକେଟ୍‌ ନିମନ୍ତେ ୧୨୫ ରନ୍‌ ସଂଗ୍ରହ କରିଥିଲେ। ୧୨୫ ରନ୍‌ରେ ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ ନିଶାଙ୍କା ୬୭ଟି ବଲ୍‌ରୁ ୮ଟି ଚୌକା ସହାୟତାରେ ୬୧ ରନ୍ କରି ଆଉଟ୍‌ ହୋଇଥିଲେ। ଦଳର ସ୍କୋର ୧୫୭ ରନ୍‌ ହୋଇଥିବା ବେଳେ କୁଶଳ ପରେରା ବ୍ୟକ୍ତିଗତ ଭାବେ ୮୨ଟି ବଲ୍‌ରୁ ୧୨ଟି ଚୌକା ସହାୟତାରେ ୭୮ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ଶ୍ରୀଲଙ୍କା ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଏକଦା ଶ୍ରୀଲଙ୍କା ଦଳ ୩୦୦ରୁ ଅଧିକ ରନ୍‌ କରିବ ବୋଲି ଆଶା କରାଯାଉଥିବା ବେଳେ ଦଳ ମାତ୍ର ୨୦୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଅଧିନାୟକ କୁଶଳ ମେଣ୍ଡିସ୍‌ ୯ ରନ୍‌ କରି ଅାଉଟ୍ ହୋଇଥିବା ବେଳେ ସମରୱିକରମା ଗୋଟିଏ ଚୌକା ସହାୟତାରେ ୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଆଶାଲଙ୍କା କିଛିଟା ସଂଘର୍ଷ କରିଥିଲେ। ସେ ୩୯ଟି ବଲରୁ ୧ଟି ଛକା ସହାୟତାରେ ୨୫ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ଡି’ ସିଲଭା ୭, ୱେଲାଲାଗେ ୨, ଥିକସାନା ୦, ଲିହାରୁ କୁମାରା ୪ ରନ୍‌ରେ ଆଉଟ୍‌ ହୋଇଥିଲେ। ଅଷ୍ଟ୍ରେଲିଆର ବୋଲର ଆଦମ ଜାମ୍ପା ୮ ଓଭର ବୋଲିଂ କରି ୪୭ ରନ୍‌ ବିନିମୟରେ ୪ଟି ୱିକେଟ୍‌ ହାସଲ କରିଥିବା ବେଳେ ମିଚେଲ୍‌ ଷ୍ଟାର୍କ, ପ୍ୟାଟ୍‌ କମିନ୍‌ସ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଗୋଟିଏ ୱିକେଟ୍ ହାସଲ କରିଥିଲେ।
ଜବାବରେ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ କରି ୩୫.୨ ଓଭରରେ ୫ ୱିକେଟ୍‌ ହରାଇ ୨୧୫ ରନ୍‌ କରିବା ସହ ବିଜୟୀ ହୋଇଥିଲା। ଦଳ ତରଫରୁ ମିଚେଲ୍‌ ମାର୍ଶ ଓ ଡେଭିଡ୍‌ ୱାର୍ଣ୍ଣର ବ୍ୟାଟିଂ ଓପନ୍‌ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ନିମନ୍ତେ ୨୪ ରନ୍‌ ସଂଗ୍ରହ କରିଥିବା ବେଳେ ୱାର୍ଣ୍ଣର ବ୍ୟକ୍ତିଗତ ଭାବେ ଗୋଟିଏ ଛକା ସହାୟତାରେ ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଷ୍ଟିଭେନ୍‌ ସ୍ମିଥ୍‌ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ସ୍ମିଥ୍‌ଙ୍କ ୱିକେଟ୍‌ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଲାବୁସାନ ଓ ମାର୍ଶ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ବ୍ୟାଟିଂ କରିବା ସହ ଦଳର ସ୍କୋରକୁ ୮୧ ରନ୍‌ରେ ପହଞ୍ଚାଇଥିଲେ। ଏହି ସ୍କୋରରେ ମିଚେଲ୍‌ ମାର୍ଶ ବ୍ୟକ୍ତିଗତ ଭାବେ ୫୧ଟି ବଲ୍‌ରୁ ୯ଟି ଚୌକା ସହାୟତାରେ ୫୨ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ଲାବୁସାନ ଓ ଇନ୍‌ଗ୍ଲିସଙ୍କ ମଧ୍ୟରେ ୪ର୍ଥ ୱିକେଟ୍‌ ନିମନ୍ତେ ୭୭ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଦଳର ସ୍କୋର ୧୫୮ ରନ୍‌ ହୋଇଥିବା ବେଳେ ଲାବୁସାନ ବ୍ୟକ୍ତିଗତ ଭାବେ ୨ଟି ଚୌକା ସହାୟତାରେ ୪୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଲାବୁସାନ ଆଉଟ୍‌ ହେବା ପରେ ମ୍ୟାକ୍‌ସୱେଲ ଓ ଇନ୍‌ଗ୍ଲିସ ଦଳକୁ ବିଜୟୀ କରାଇବାର ଦାୟିତ୍ବ ନିଜ ହାତକୁ ନେଇଥିଲେ। ଦଳର ସ୍କୋର ୧୯୨ ହୋଇଥିବା ବେଳେ ଇନ୍‌ଗ୍ଲିସ ବ୍ୟକ୍ତିଗତ ଭାବେ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୮ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ମ୍ୟାକ୍‌ସୱେଲ୍‌ ୨୧ଟି ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୩୧ ଓ ଷ୍ଟୋଇନିସ୍‌ ୧୦ଟି ବଲ୍‌ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୦ ରନ୍‌ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ଶ୍ରୀଲଙ୍କାର ବୋଲର ଦିଲସାନ ମଧୁସନକା ୩ଟି ୱିକେଟ୍‌ ନେଇଥିଲେ। ଆଦାମ୍‌ ଜାମ୍ପା ପ୍ଲେୟାର ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories