www.samajalive.in
Monday, December 15, 2025
26.1 C
Bhubaneswar

ମ୍ୟାଚ୍‌ ଟିକଟ ପାଇଁ କ୍ରିକେଟ୍‌ ପ୍ରଶଂସକଙ୍କ ଉତ୍କଣ୍ଠା ଦେଖି ବାବର ଚକିତ

ଅହମ୍ମଦାବାଦ୍‌: ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ବିଶ୍ବକପ୍‌ର ଏକ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଆୟୋଜିତ ହେଉନଥିବା ବେଳେ ଏହି ଦୁଇ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌କୁ ଷ୍ଟାଡିୟମରେ ଦେଖିବାକୁ କ୍ରିକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ସୃଷ୍ଟି ହୋଇଛି। ଏହି ମ୍ୟାଚ୍‌ର ଗୋଟିଏ ଟିକଟ ହାସଲ କରିବାକୁ କ୍ରିକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ଯେପରି ପ୍ରତିଦ୍ବନ୍ଦ୍ବିତା ଦେଖାଦେଇଛି ତାହା ପାକିସ୍ତାନ କ୍ରିକେଟ୍‌ ଦଳର ଅଧିନାୟକ ବାବର ଆଜମଙ୍କୁ ଚକିତ କରିଛି। ମ୍ୟାଚ୍‌ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମ୍ୟାଚ୍‌ ଖେଳୁବାକୁ ଥିବା ଭାରତ ଓ ପାକିସ୍ତାନ ଦଳର ଖେଳାଳିଙ୍କ ଉପରେ ଯେତିକି ଚାପ ନାହିଁ, ମ୍ୟାଚ୍‌ର ଟିକଟ ହାସଲ ପାଇଁ କ୍ରିକେଟ୍‌ ପ୍ରଶଂସକମାନେ ଅଧିକ ଚାପରେ ରହିଛନ୍ତି। ଭାରତ ବିପକ୍ଷ ମ୍ୟାଚ୍‌ ସମ୍ପର୍କରେ ବାବର କହିଥିଲେ ପାକିସ୍ତାନ ଦଳର ଖେଳାଳିମାନେ ଚାପରେ ନାହାନ୍ତି। ଭାରତ ବିପକ୍ଷରେ ପାକିସ୍ତାନ ବହୁ ମ୍ୟାଚ୍‌ ଖେଳିଛି। ପାକିସ୍ତାନ ଦଳକୁ ହାଇଦରାବାଦ୍‌ରେ ବେଶ୍‌ ସମର୍ଥନ ମିିଳିଥିବା ବେଳେ ଗୁଜରାଟବାସୀ ମଧ୍ୟ ସମର୍ଥନ ଦେବେ ବୋଲି ଆଶା ରହିଛି। ପାକିସ୍ତାନ ଦଳର ବୋଲର ଓ ବ୍ୟାଟସମ୍ୟାନ୍‌ମାନେ ଭଲ ପ୍ରଦର୍ଶନ କରି ଆସୁଥିବା ବେଳେ ଭାରତ ବିପକ୍ଷ ମ୍ୟାଚ୍‌ରେ ଭୁଲ୍‌ କରିବା ମହଙ୍ଗା ସାବ୍ୟସ୍ତ ହେବ ବୋଲି ସେ ଚେତାଇ ଦେଇଛନ୍ତି। ପୂର୍ବରୁ ପାକିସ୍ତାନ ବିପକ୍ଷରେ ବିଶ୍ବକପ୍‌ରେ ଭାରତୀୟ ଦଳ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଥିବା ବେଳେ ଗୁଜରାଟରେ ଏହି ଧାରା ଭାଙ୍ଗିବ ବୋଲି ବାବର ଆଶାବ୍ୟକ୍ତ କରିଛନ୍ତି। ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ପାକିସ୍ତାନ ଦଳ ନିଜ ରଣନୀତି ପ୍ରସ୍ତୁତ କରି ସାରିଛି। ପାକିସ୍ତାନ ଦଳ ଦ୍ରୁତ ବୋଲର ନସିମ ଶାହାଙ୍କ ଅନୁପସ୍ଥିତି ଅନୁଭବ କରୁଛି। ବର୍ତ୍ତମାନ ସମୟରେ ସାହିନ ଶାହା ଆଫ୍ରିଦି ପାକିସ୍ତାନର ସବୁଠାରୁ ନିର୍ଭରଯୋଗ୍ୟ ବୋଲର। ତାଙ୍କ ଠାରୁ ଦଳ ଭଲ ପ୍ରଦର୍ଶନର ଆଶା ରଖିଛି ବୋଲି ବାବର କହିଥିଲେ। ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା ସେ ଭଲ ପ୍ରଦର୍ଶନ କରିନଥିବା ବେଳେ ଭାରତ ବିପକ୍ଷ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଥିବା ବାବର ସ୍ପଷ୍ଟ କରି ଦେଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories