www.samajalive.in
Sunday, December 14, 2025
19.1 C
Bhubaneswar

ମାନସିକ ସ୍ୱଚ୍ଛତାର ଆହ୍ୱାନ: ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ଡେସ୍କ: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କାଉନସେଲିଂ ଓ ୱେଲ୍ନେସ ସେଣ୍ଟର ଆନୁକୁଲ୍ୟରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ବହୁ ଉତ୍ସାହର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନରେ ମାନସିକ ସ୍ଵାସ୍ଥ୍ୟରକ୍ଷା ଏବଂ ମାନସିକ ସ୍ଵଚ୍ଛତା ଯେ ଅପରିହାର୍ଯ୍ୟ ବୋଲି ଦର୍ଶାଇଥିଲେ। ମା’ ରମାଦେବୀ ଚେୟାର ପ୍ରଫେସର ସୁଚେତା ପ୍ରୀୟବାଦୀନି ମାନସିକ ସୁସ୍ଥତା ରକ୍ଷା ନିମନ୍ତେ ଶପଥପାଠ କରାଇଥିଲେ। ଚେୟାରପର୍ସନ ପି. ଜି. କାଉନସିଲ ପ୍ରଫେସର ଚଣ୍ଡୀ ଚରଣ ରଥ ବିଶ୍ବବିଦ୍ୟାଳୟ ପରିସରକୁ ମାନସିକ ସ୍ଵାସ୍ଥ୍ୟ ଉପଯୋଗୀ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବେ ବୋଲି ମତବ୍ୟକ୍ତ କରିଥିଲେ। କୁଳସଚିବ ଶ୍ୟାମଳୀ ମହାପାତ୍ର ମନର ମୂଳେ ଏ ଜଗତ ବୋଲି ଉକ୍ତିଟିର ତାତ୍ପର୍ଯ୍ୟ କହିବା ସହ ପିଲାମାନଙ୍କୁ ମାନସିକ ସ୍ବାସ୍ଥ୍ୟରକ୍ଷା ଉପାୟମାନ ବୁଝାଇଥିଲେ।କାଉନସେଲିଂ ଓ ୱେଲନେସ୍ ସେଣ୍ଟରର ଅଫିସର୍ ଇନ୍ ଚାର୍ଜ ତଥା ଜେଣ୍ଡର୍ ଷ୍ଟଡିଜ୍ ବିଭାଗର ଅଧ୍ୟାପିକା ଡଃ ସାୟଂତନୀ ବେହୁରା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ଆୱାର ମାଇଣ୍ଡସ, ଆୱାର ରାଇଟ୍ସ ଶୀର୍ଷକ ଚଳିତ ବର୍ଷର ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥାର ବାର୍ତ୍ତା ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଡଃ ଜୟଶ୍ରୀ ଜେଠୀ, ଡଃ ଶସ୍ମିତା କର ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ ଯାଜ୍ଞସେନୀ ସଭାଟିକୁ ପରିଚାଳନା କରିଥିଲେ। ଏହି ଅବସରରେ ୱେଲ୍ନେସ ୱାଲ୍ ଉଦଘାଟିତ ହେବା ସହ ପୋଷ୍ଟର୍ ପ୍ରତିଯୋଗୀତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ପାଳନ ଅବସରରେ ଶତାଧିକ ଛାତ୍ରୀ ଏବଂ ବିଶ୍ଵବିଦ୍ୟାଳୟର ମାନ୍ୟଗଣ୍ୟ ଶିକ୍ଷାବିତ୍ ମାନେ ଅଂଶଗ୍ରହଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories