ବିଧାୟକ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା

ଡେସ୍କ : ଓଡ଼ିଶା ହାଇକୋର୍ଟ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ବାରବାଟୀ-କଟକ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ସାକ୍ଷୀ ନ ଦେଇ ସମୟ ନେଇଥିବାରୁ ହାଇକୋର୍ଟ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାର ଆସୋସିସନ  କଲ୍ୟାଣ ପାଣ୍ଠିରେ ଜରିମାନା ଦାଖଲ ପାଇଁ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୧୯ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦେଇ ନିର୍ବାଚନ ଲଢ଼ିଥିବା ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେଡିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଏହି ମାମଲାରେ କୋର୍ଟ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

Comments are closed.