www.samajalive.in
Saturday, December 6, 2025
14.1 C
Bhubaneswar

ବାଳକ ବାଳିକା ସଭିଏଁ ସମାନ

ଡେସ୍କ: କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଆନ୍ତର୍ଜାତିକ ବାଳିକା ଦିବସ ମହାସମlରୋହରେ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଛାତ୍ରୀମାନେ ସଙ୍ଗୀତ ସହ ଶିକ୍ଷୟିତ୍ରୀ ବୀଣାପାଣି ସାହୁ, ପ୍ରଭାସିନୀ ଦତ୍ତ ଓ ଶିକ୍ଷକ ଚୈତନ୍ୟ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଛାତ୍ରୀ ଶୁଭଶ୍ରୀ ଶତପଥୀ, ଆକାଂକ୍ଷା ପାତ୍ର ଓ ବିଷ୍ଣୁପ୍ରିୟା ମହାରଣା ପ୍ରମୁଖ ସମାଜରେ ବାଳିକାଙ୍କ ପ୍ରତି ହେଉଥିବା ପlତରଅନ୍ତର ଓ ଶିକ୍ଷା ସଚେତନତା ମାଧ୍ୟମରେ ତାର ଦୂରୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ବରିଷ୍ଠ ଶିକ୍ଷିକl ଜ୍ୟୋତ୍ସ୍ନାରାଣୀ ଷଡ଼ଙ୍ଗୀ, ପୁଷ୍ପିତl ନାୟକ ଓ ମଦନ ମୋହନ ବେହେରା ପ୍ରମୁଖ କହିଥିଲେ ବାଳିକାମାନେ କୌଣସି ଗୁଣରେ କମ୍ ନୁହଁନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଆଜି ସେମାନେ ନିଜର ପାରଦର୍ଶିତା ଦେଖାଉଛନ୍ତି। ତେଣୁ ସଭିଏଁ ବାଳିକା ଶିଶୁଙ୍କ ପ୍ରତି ନିଜ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବା ଆବଶ୍ୟକ।

- Advertisement -

ପ୍ରଧାନଶିକ୍ଷକ ଶ୍ରୀ ଶତପଥୀ ବାଳିକାମାନେ ନିଜକୁ ସଶକ୍ତ ମନେ କରିବା ସହ ଦୃଢ଼ ଲକ୍ଷ୍ୟ ନେଇ ନିଜ ସ୍ବପ୍ନକୁ ଛୁଇଁଯିବା ନିମନ୍ତେ ପରାମର୍ଶ ଦେଇଥିଲେ। ଶିକ୍ଷିକl ଅମ୍ବିକା ପୃଷ୍ଟି ବାଳିକା ଦିବସ ଉପଲକ୍ଷେ ଏକ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ। ଶିକ୍ଷକ ଶିକ୍ଷିକା ନାରାୟଣ ସାହୁ, ଭାଗିରଥି ପରିଡ଼ା, ଜୟନ୍ତୀ ମାଝୀ, ଆଶାଲତା ବେହେରା, ରାଜକିଶୋର ଚୌଧୁରୀ, ସୌଭାଗ୍ୟମଞ୍ଜରୀ ମହାପାତ୍ର, ପ୍ରମିଳା ଜେନା, ସସ୍ମିତା ବେହେରା, ପ୍ରମୋଦ କୁମାର ପାଲ୍, ଅଞ୍ଜନା ବୋଷ, ସାଗରୀକା ଲେଙ୍କା, ଜ୍ୟୋତିର୍ମୟୀ ସାହୁ, ଶିବାନୀ ସାହୁ, ସୁଦେଷ୍ଣା ଭୂୟାଁ, ସାଗରୀକା ମହାନ୍ତି, ଅଫିସ୍ ସହାୟକ ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ତଥା ବିଭିନ୍ନ କ୍ଷେତ୍ରରେ ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ବାଳିକା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories