www.samajalive.in
Sunday, December 14, 2025
26.1 C
Bhubaneswar

ଗଣଦୌଡ଼ରେ ସାମିଲ ଛାତ୍ରଛାତ୍ରୀ ଓ ବିଭିନ୍ନ ସଙ୍ଗଠନ

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀବ୍ଲକ ଅନ୍ତର୍ଗତ ସମସ୍ତ ଚବିଶିଟି ପଞ୍ଚାୟତରେ ରବିବାର ଗଣଦୌଡ଼ କରାଯାଇଛି। ବିଜୁ ଯୁବବାହିନୀର ସଦସ୍ୟମାନଙ୍କ ଦ୍ୱାରା ଏହା ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଧର ପୁର ପଞ୍ଚାୟତର ସରପଞ୍ଚ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଯୁବବାହିନୀ ସଭାପତି କୃଷ୍ଣଚନ୍ଦ୍ର ବାରିକ ମା’ଚର୍ଚ୍ଚିକା କ୍ରିଡ଼ା ସାଂସ୍କୃତିକ ସଂଗଠନ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଗଣଦୌଡ଼ରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ସୁଆଣ୍ଡୋ ଗୋପବନ୍ଧୁଙ୍କ ବାସଭବନ ନିକଟରେ ପହଞ୍ଚିଥିଲେ। ସେହିପରି ସାରଙ୍ଗଯୋଡ଼ି ଜୟପୁର କାଦୁଆ ବଳପୁର ଅଳଗୁମ ମହୁରା ଆଳିଶ ଶ୍ରୀରାମଚନ୍ଦ୍ରପୁର ବିଶ୍ୱନାଥପୁର ରାୟଖଣ୍ଡି ଆଦି ପଞ୍ଚାୟତମାନଙ୍କରେ ଆଜି ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ପତାକା ହଲାଇ ଏହି ଦୌଡ଼ର ଶୁଭାରମ୍ଭ କରିଥିଲେ। ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମକେଶରୀ ଜେନା, ଆତ୍ମା କମିଟି ସଭାପତି ବେବିଲାଲ ମିଶ୍ର, ଶଙ୍କର ପ୍ରଧାନ, ଜିଲାପରିଷଦ ସଭ୍ୟ ପ୍ରହ୍ଲାଦ ଘଟୁଆରୀ ଦୁଃଶାସନ ପ୍ରଧାନ, ସୁରେଶ କୁମାର ସାହୁ, ପ୍ରକାଶ ଖଟେଇ ପ୍ରମୁଖ ଗଣଦୌଡ଼ରେ ସାମିଲ ହୋଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories