www.samajalive.in
Saturday, December 13, 2025
15.1 C
Bhubaneswar

ବାଇକକୁ ଧକ୍କା ଦେଇ ବସ୍‍ ଦୁର୍ଘଟଣାଗ୍ରସ୍ତ

ବାରିପଦା: ବାରିପଦାରୁ ୩୪ କିମି ଦୂର ଝାରପୋଖରିଆ ଥାନା ଇଲାକାର ବାଲିଆସାହି ନିକଟରେ ଆଜି ମଧ୍ୟାହ୍ଣ ୧୨ଟା ସମୟରେ ଏକ ଦ୍ରୁତଗାମୀ ବସ୍‍ ଧକ୍କାରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ବସଯାତ୍ରୀଙ୍କୁ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଥିବା ଜଣେ ବସଯାତ୍ରୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ତାଙ୍କର ସଠିକ ପରିଚୟ ମିଳିବା ସମ୍ଭବ ହୋଇ ପାରି ନାହିଁ।

ରବିବାର ବାରିପଦାରୁ ପୂର୍ବାହ୍ଣ ୧୧ଟା ସମୟରେ କେନ୍ଦୁଝର ଅଭିମୁଖେ ଯାତ୍ରୀବାହୀ ବସ ‘ସୌରଭ’ନମ୍ବର ଓଡି-୧୧କେ-୨୮୮୫ ଛାଡିଥିଲା। ବାଇକ ଚାଳକକୁ ବଞ୍ଚାଇବାକୁ ଯାଇ ବସ୍‍ଟି ଓଲଟି ପଡିଥିଲା। ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବାଇକ ଚାଳକଙ୍କ ମିଳିଥିବା ପରିଚୟ ଅନୁଯାୟୀ ରାଇରଙ୍ଗପୁର ସତ୍ୟନାରାୟଣ ବେରା ବୋଲି ପ୍ରକାଶ। ଦୁର୍ଘଟଣା ପରେ ବସ୍‍ ଡ୍ରାଇଭର ଫେରାର ହୋଇଛି। ପୁଲିସ ପକ୍ଷରୁ ତଦନ୍ତ ଚାଲିଛି। ଏହି ଘଟଣା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ରାସ୍ତାରୋକ କରି  ଆନ୍ଦୋଳନକାରୀଙ୍କ ପକ୍ଷରୁ ଫେରାର ବସ୍‍ ଡ୍ରାଇଭରକୁ ତୁରନ୍ତ ଗିରଫ ଓ ମୃତ୍ୟୁ ବ୍ୟକ୍ତିଙ୍କୁ କ୍ଷତି ପୂରଣ ଦାବି କରାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories