www.samajalive.in
Thursday, December 11, 2025
23.1 C
Bhubaneswar

ଯୁବବର୍ଗଙ୍କୁ ଆକ୍ଷେପ କରିବା ପରିବର୍ତ୍ତେ ସ୍ବୀକାର କରନ୍ତୁ; ମୋଦୀ

ନୂଆଦିଲ୍ଲୀ: ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୫୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି ଦେଶବାସୀ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି । ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ପ୍ରତି ମାସରେ କାହିଁକି ଆୟୋଜନ କରାଯାଉଛି ସେ ସମ୍ପର୍କରେ ୫୦ତମ ସଂସ୍କରଣ ଅବସରରେ ମୋଦୀ ସ୍ପଷ୍ଟ କରିଛନ୍ତି । ମୋଦୀ ଏହି ସଂସ୍କରଣର ସମାଜର ସବୁ ବର୍ଗର ଲୋକଙ୍କୁ ସମ୍ବୋଦ୍ଧିତ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ମୋଦୀ ଆସିବ ଏବଂ ଚାଲିଯିବ । ହେଲେ ଦେଶ ଅଟଳ ରହିବ । ମୋଦୀ ଆହୁରି ମଧ୍ୟ କହିଛନ୍ତି ଅନେକ ଲୋକ ଏହି କାର୍ଯ୍ୟକ୍ରମକୁ ପରିହାସ କରୁଛନ୍ତି, ହେଲେ ଦେଶର ମନ ହେଉଛି ମୋ ମନ ।

୫୦ତମ ସଂସ୍କରଣ ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦୀ କହିଛନ୍ତି ଯେ, ଆସନ୍ତାକାଲି ହେଉଛି ସମ୍ବିଧାନ ଦିବସ । ଆମେ ସେହି ମହାନ ବ୍ୟକ୍ତିତ୍ବଙ୍କୁ ମନେ ପକାଇବା ଯେଉଁମାନେ ଆମ ସମ୍ବିଧାନକୁ ତିଆରି କରିଥିଲେ । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଆମ ସମ୍ବିଧାନ ତିଆରି ହୋଇଥିଲା। ଏହା ଦେଖି ମୋତେ ଖୁସୀ ଲାଗୁଛି ଯେ ‘ମନ କି ବାତ’ କାର୍ଯ୍ୟକ୍ରମ କାରଣରୁ ରେଡିଓ ଅଧିକ ଲୋକପ୍ରିୟ ହୋଇପାରିଛି ।

- Advertisement -

ଏହି ଅବସରରେ ମୋଦୀ ଆହୁରି କହିଛନ୍ତି, ଦୁଇ ଦିନ ପୂର୍ବରୁ ୨୩ ନଭେମ୍ବର ଶ୍ରୀ ଗୁରୁ ନାନକଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ଏବଂ ୨୦୧୯ରେ ତାଙ୍କର ୫୫୦ ତମ ଜନ୍ମବାର୍ଷିକ ଭବ୍ୟ ରୂପରେ ପାଳନ କରାଯିବ । ଗୁରୁ ନାନକଙ୍କ ପବିତ୍ର ସ୍ଥଳ ଦର୍ଶନ ପାଇଁ କରତାରପୁର କରିଡର ନିର୍ମାଣ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ଭାରତ ପର୍ଯଟକ ଅତି ସହଜରେ ଗୁରୁ ନାନକଙ୍କ ପବିତ୍ର ସ୍ଥଳ ଭମ୍ରଣ କରିପାରିବେ ।

୨୦୨୦ ମସିହାରେ ଗଣତାନ୍ତ୍ରିକରାଷ୍ଟ୍ର ରୂପେ ଭାରତ ୭୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ୨୦୨୨ ମସିହା​‌ରେ ସ୍ବାଧୀନ ଭାରତକୁ ୭୫ ବର୍ଷ ପୂରିବ ବୋଲି ମୋଦୀ କହିଛନ୍ତି । ସମ୍ବିଧାନ ବିଷୟରେ ଆଲୋଚନା କରି ମୋଦୀ କହିଛନ୍ତି ଯେ ସମ୍ବିଧାନ ସଭାର କେନ୍ଦ୍ରରେ ଥିବା ମହାନ ପୁରୁଷଙ୍କ ଯୋଗଦାନକୁ ଭୁଲିବା ଉଚିତ ନୁହେଁ । ସେହି ପୂଜନୀୟ ମହାପୁରୁଷ ହେଉଛନ୍ତି ଡ.ବାବା ସାହେବ ଆମ୍ବେଦକର ।

ମୋଦୀ ଆହୁରି ମଧ୍ୟ କହିଛନ୍ତି, ଯୁବ ବର୍ଗଙ୍କୁ ଆକ୍ଷେପ କରିବା ପରିବର୍ତ୍ତେ ସେମାନଙ୍କୁ ସ୍ବୀକାର କରନ୍ତୁ । ସେମାନଙ୍କ ମଧ୍ୟରେ ଉତ୍ତମ ଗୁଣ ହେଉଛି ସେମାନେ ପ୍ରଶ୍ନ କରୁଛନ୍ତି ଏବଂ ଶୀର୍ଷରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପ୍ରଦର୍ଶନ କରୁଛନ୍ତି ।

Hot this week

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

Related Articles

Popular Categories