ଲଇଡା କଲେଜରେ ଓଡିଆ ବିଭାଗର ପାଠଚକ୍ର 

ରେଙ୍ଗାଲି :  ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟର ଓଡିଆ ବିଭାଗ ପକ୍ଷରୁ ସୋମବାର “ଭୋକିଲା ମଣିଷର ଜୀବନ ଗାଥା -“ଭୁଖା ” ଶୀର୍ଷକ ପାଠଚକ୍ର ଓ ସ୍ୱାଗତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକ ସଭାପତିତ୍ବ କରିଥିଲେ। ଓଡିଆ ବିଭାଗ ମୁଖ୍ୟ ପ୍ରଶାନ୍ତ କୁମାର ପଟେଲଙ୍କ  ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ସିରାଜୁଲ୍ ହକ୍, ପ୍ରଫୁଲ୍ଲ କୁମାର ଭୋଇ, ଜୟନାରାୟଣ ଶତପଥୀ, କରୁଣାକର ନାଏକ, କୈଳାସ ବେହେରା, ଆଶିଷ କୁମାର ପାଣିଗ୍ରାହୀ ପ୍ରମୁଖ ଶୀର୍ଷକ ଆଧାରିତ ବିଷୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅଧ୍ୟାପିକା ଡଃ ନିରୋଜ ନଳୀନି ପଧାନ ଓ ପ୍ରଫୁଲ୍ଲ ମାଝୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବାବୁଲୁ ଜୟପୁରିଆ ବିଷୟ ଉପସ୍ଥାପନା କରିଥିଲେ ଏବଂ ଲୁସି ପଶାୟତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଲୋଚନାରେ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଯୁକ୍ତ ୩ ପ୍ରଥମର ବର୍ଷ ଓଡିଆ ବିଭାଗର ଛାତ୍ରଛାତ୍ରୀଙ୍କୁ ୨ୟ ଓ ୩ୟ  ବର୍ଷର ଛାତ୍ରଛାତ୍ରୀ ଫୁଲଚନ୍ଦନ ଦେଇ ସ୍ବାଗତ କରି ଭାବବିନିମୟ କରିଥିଲେ। ଶେଷରେ ସତ୍ୟମ୍ ଲୁହୁରା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.