www.samajalive.in
Sunday, December 14, 2025
17.1 C
Bhubaneswar

ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା , ଜିଲାସ୍କୁଲ ଓ ଗୁରୁନାନକ ପବ୍ଲିକ ସ୍କୁଲ ଦଳ ବିଜୟୀ 

ସମ୍ବଲପୁର: ଜିଲା ମାର୍ଷ୍ଟସ ଏଥେଲିଟିକ୍ସ ଏସୋସିଏସନ ଆନୁକୂଲ୍ୟରେ ୨୩ତମ ସୈରେନ୍ଦ୍ରୀ ନାୟକ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ କମିଶନର କଲୋନୀ ଖେଳ ପଡିଆ ଠାରେ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାର ତୃତୀୟ ଦିବସରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ ଗୁରୁନାନକ ପବ୍ଲିକ ସ୍କୁଲ ଓ ବୁଢ଼ାରଜା ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୁରୁନାନକ ଦଳ ୫ – ୦ ଗୋଲରେ ବୁଢ଼ାରଜା ହାଇସ୍କୁଲ ଦଳକୁ ପରାସ୍ତ କରିଛି। ମ୍ୟାଚରେ ଇନ୍ଦ୍ରଜିତ ରାଜୱର ୩ଟି ଗୋଲ, କରନ ସାହୁ ଓ ଆର. ଅଜିତ ଗୋଟିଏ ଲେଖାଏଁ ଗୋଲ କରି ଗୁରୁନାନକ ଦଳକୁ ବିଜୟୀ କରିଥିଲେ। ବୁଢ଼ାରଜା ହାଇସ୍କୁଲର ତରୁଣ ମୁଣ୍ଡାଙ୍କୁ ଶ୍ରେଷ୍ଠ ଖେଳାଳି ରୁପେ ଅତିଥି ରାମଚନ୍ଦ୍ର କର ପୁରସ୍କୃତ କରିଥିଲେ।

ସେହିଭଳି ଦ୍ୱିତୀୟ ମ୍ୟାଚ ସିଏସବି ଜିଲାସ୍କୁଲ ଓ ମୁଣ୍ଢେନପାଲି ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ୫ – ୨ ଗୋଲ କରି ଜିଲାସ୍କୁଲ ଦଳ ମୁଣ୍ଢେନପାଲି ଦଳକୁ ପରାସ୍ତ କରିଛି। ମ୍ୟାଚରେ ଜିଲାସ୍କୁଲ ଦଳ ତରଫରୁ ଆକାଶ ସାହୁ, ରିଚାର୍ଡ, ସୁମିତ ଓ ଆୟୁଷ ଗୋଲ କରିଥିବା ବେଳେ ମୁଣ୍ଢେନପାଲି ଦଳ ପକ୍ଷରୁ ପବିତ୍ର ସୁନିଆଁ ଗୋଲ କରିଥିଲେ। ମୁଣ୍ଢେନପାଲି ଦଳର ପବିତ୍ର ସୁନିଆଁଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ଅତିଥି ପ୍ରେମ ରଞ୍ଜନ ପ୍ରଧାନ ପୁରସ୍କୃତ କରିଥିଲେ। ଖେଳ ଗୁଡିକୁ ରେଫରୀ ରୂପେ ମଥୁରା ଓରାମ, ମନୋଜ ଭୋଇ, ସରୋଜ କିଷାନ ଓ ଜଲେନ୍ଧର ଓରାମ ପରିଚାଳନା କରିଥିଲେ। ସୋମବାର ଦିନ ଏହି ପ୍ରତିଯୋଗିତାରେ ପ୍ରଥମ ମ୍ୟାଚ ଧନକଉଡା ହାଇସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଦ୍ୱିତୀୟ ମ୍ୟାଚ ଚିପଲିମା ହାଇସ୍କୁଲ ଓ ବୁର୍ଲା ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ ହେବ। ଆସନ୍ତା ୧୪ ତାରିଖରେ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଖେଳାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories