www.samajalive.in
Sunday, December 14, 2025
17.1 C
Bhubaneswar

ବଢିଲା ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ, ଅଭିଯୋଗ କଲେ ସୋମାଲିକା

ଡେସ୍କ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢିବା​ରେ ଳାଗିଛି ।  କଟକ ସବ୍‌ରେଜିଷ୍ଟ୍ରୀ ଅଫିସରେ ତାଙ୍କ ବାନ୍ଧବୀ ସୋମାଲିକା ଅଭିଯୋଗ କରିଛନ୍ତି । ପୂର୍ବରୁ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ସବ୍‌ରେଜିଷ୍ଟ୍ରାରଙ୍କ ପାଖରେ  ଆବେଦନ କରିଥିଲେ। ତେବେ ବାନ୍ଧବୀ ସୋମାଲିକା, କଟକ ସବ୍‌ରେଜିଷ୍ଟ୍ରୀ ଅଫିସରେ ପହଞ୍ଚି ଅଭିଯୋଗ କରିଛନ୍ତି।

ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ଅନୁମତି ଦେବାକୁ ବିଜୟଶଙ୍କର କଟକ ସବ୍‌ରେଜିଷ୍ଟ୍ରାରଙ୍କ ପାଖରେ  ଆବେଦନ କରିଥିଲେ। ତେଣୁ ବିଜୟଙ୍କ ବିବାହ ଆବେଦନ ଉପରେ ସେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି । ‘ସେମାନେ କଣ ପଦକ୍ଷେପ ନେଉଛନ୍ତି ଦେଖିବା, ମୋତେ ନ୍ୟାୟ ଦରକାର’ ​‌ବୋଲି ସୋମାଲିକା କହିଛନ୍ତି । ମୋତ ଏ ପର୍ଯ୍ୟନ୍ତ  ନ୍ୟାୟ ମିଳି ନାହିଁ ।  ଲୁଚିଛପି ବିଜୟ ଏଭଳି କରିଛନ୍ତି, ସେ ଏସବୁ କଥା ମିଡିଆରୁ ଜାଣିଲେ ବୋଲି ସୋମାଲିକା କହିଛନ୍ତି।

- Advertisement -

ବିଜୟ ଦଣ୍ଡିତ ନହେବାଯାଏ ଚୁପ୍‌ ବସିବିନି ବୋଲି ସୋମାଲିକା କହିଛନ୍ତି । ବିଜୟ ଶଙ୍କରଙ୍କ ନାଁରେ ତାଙ୍କ ପାଖରେ ସବୁ ପ୍ରକାର ପ୍ରମାଣ ଅଛି। କେହି ଧମକାଇଲେ କି ଡରାଇଲେ ସେ ଡରିବେ ନାହିଁ ସୋମାଲିକା କଟକରେ ଗଣମାଧ୍ୟମକୁ କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories