ଲାଞ୍ଜିଗଡରେ ସାଇବର ସୁରକ୍ଷା ସଂପର୍କିତ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ଗୁରୁବାର ଲାଞ୍ଜିଗଡ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଂପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟବ୍ୟାପି ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ କଳାହାଣ୍ଡି ପୁଲିସର ସାଇବର ସୁରକ୍ଷା ସେଲ୍ ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନାଞ୍ଚଳରେ ଏଇ ଅଭିଯାନକୁ ତ୍ବରାନ୍ବିତ କରାଯାଇଛି। ସାଇବର କ୍ରାଇମ୍ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଏକ ସାଇବର ସୁରକ୍ଷା ରଥ ଜିଲ୍ଲାର ବିଭିନ୍ନ ଥାନାଞ୍ଚଳ ପରିକ୍ରମା କରୁଛି। ଏଇ କ୍ରମରେ ଗୁରୁବାର ସନ୍ଧ୍ୟାରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଠାରେ ସାଇବର ସୁରକ୍ଷା ରଥ ପହଞ୍ଚିବା ପରେ ସ୍ଥାନୀୟ ସ୍କୁଲ, କଲେଜର ବହୁସଂଖ୍ୟକ ଛାତ୍ରଛାତ୍ରୀଙ୍କ ସହିତ ଏକ ସଚେତନତା ଶୋଭାଯାତ୍ରା ସହ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏଇ ଶୋଭାଯାତ୍ରା ଲାଞ୍ଜିଗଡ ସହର ପରିକ୍ରମା କରିବା ପରେ ଲାଞ୍ଜିଗଡ ଖେଳ ପଡିଆ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବେଦାନ୍ତ ସିଏସଆର ଏବଂ ବାହ୍ୟବ୍ୟାପାର ମୁଖ୍ୟ ଵିଭୂଦେନ୍ଦୁ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗଡ଼ ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷିତ ନାଏକ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ସମାଜସେବୀ ସୁବାସ ଅଗ୍ରୱାଲ, ରିଜର୍ଭ ଇନ୍ସପେକ୍ଟର ସୁରେଶ କୁମାର ବଳୀୟାର ସିଂହ, ସାଇବର ସେଲ୍ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା, ଲାଞ୍ଜିଗଡ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା, ବିଶ୍ବନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ ପ୍ରମୁଖ ମଞ୍ଚାସୀନ ଥିଲେ।

kalyan agarbati

Comments are closed.