BJD Bijuli 480×75 Mob

ସିକ୍କିମ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ଶହୀଦ

BJD Bijuli 480×75 Mob

​ଡେସ୍କ: ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଆ ଯବାନ ହାବିଲଦାର ସରୋଜ କୁମାର ଦାସ ଶହୀଦ ହୋଇଥିବା ସୂଚନା ମିଳିଛି। ଭିଡିଓ କଲ୍‌ରେ ପରିବାର ଲୋକେ ଶହୀଦ ଯବାନଙ୍କ ମୃତଦେହ ଚିହ୍ନଟ କରିଛନ୍ତି। ଶହୀଦ ଯବାନ ସରୋଜ ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅନ୍ତର୍ଗତ କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନପୁଅ। ସେ ଗତ ୭ ମାସ ତଳେ ଅର୍ଥାତ୍ ଫେବୃୟାରୀ ୧୧ ତାରିଖରେ ବିବାହ କରିଥିଲେ। ସରୋଜଙ୍କ ଅକାଳ ବିୟୋଗରେ ଗାଁ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ, ସିକ୍କିମ ବନ୍ୟାରେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସରୋଜ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଗୁରୁବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇ ପରିବାର ଲୋକଙ୍କ ଦ୍ବାରା ଚିହ୍ନଟ କରାଯାଇଥିବା ଜଣାପଡ଼ିଛି।

Comments are closed.