www.samajalive.in
Monday, December 15, 2025
26.1 C
Bhubaneswar

ଗାଁ ସାଥୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବିଜେପି ଓ ବିଏମ୍‌‌ଏସ୍‌‌ର ସମର୍ଥନ

କେନ୍ଦୁଝରଗଡ଼ : ୯ ଦଫା ଦାବିରେ ଗାନ୍ଧୀ ଜୟନ୍ତୀରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ଶାଖାର ଆନ୍ଦୋଳନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି । ୨୦୦୮ ମସିହାରୁ ଗତ ୧୫ବର୍ଷ ଧରି ମନରେଗା କାର୍ଯ୍ୟରତ ମେଟ୍‌‌ ମାନଙ୍କ ମୌଳିକ ଦାବି ପୁରଣ ନେଇ ବହୁବାର ଉପସ୍ଥାପନ କରାଯାଇ ଆସୁଥିଲେ ହେଁ ସରକାର ସାମାନ୍ୟ କର୍ଣ୍ଣପାତ କରୁନଥିବା ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ଶାଖା ସଭାପତି ମନୋଜ କୁମାର ପଟେଲ କହିଛନ୍ତି । ଗାଁ ସାଥୀ ମାନଙ୍କ ଦାବିକୁ ଯଥାର୍ଥ ଦର୍ଶାଇ ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ବିଜେପି ନେତ୍ରୀ କିରଣବାଳା ନାଏକ, ଡାକ୍ତର ଫକୀର ଚରଣ ନାଏକ ଓ ସବୀର ଦାଶ ପ୍ରମୁଖ ବୁଧବାର ଆନ୍ଦୋଳନସ୍ଥଳରେ ପହଞ୍ଚି ସମର୍ଥନ ଘୋଷଣା କରିଛନ୍ତି । ସେହିଭଳି ଶ୍ରମିକ ସଙ୍ଗଠନ ଭାରତୀୟ ମଜଦୁର ସଂଘର ଜିଲା ପ୍ରଭାରୀ ଡାକ୍ତର ମହାନ୍ତ ଶତାଧିକ କର୍ମୀଙ୍କ ସହ ଗାଁ ସାଥୀ ସଂଘ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ଗାଁ ସାଥୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ମାସିକ ୯୦୦୦ଟଙ୍କା ପ୍ରୋତ୍ସାହନ ରାଶି ସୁନିଶ୍ଚିତ କରିବା, ଜବ୍‌‌କାର୍ଡଧାରୀ ମାନଙ୍କୁ ବର୍ଷକୁ ୨୦୦ଦିନର କାର୍ଯ୍ୟ ଯୋଗାଣ, ସ୍ୱେଛାସେବୀ ସଙ୍ଗଠନ ମାନଙ୍କ ଏନଏମଏମଏସ୍‌‌ ପଞ୍ଜିକରଣକୁ ବନ୍ଦ, ସମସ୍ତ ଲାଇନ ଡିପାର୍ଟମେଣ୍ଟରେ ଗାଁ ସାଥୀ ମାନଙ୍କୁ ନିୟୋଜନ, ମେଟ୍‌‌ ମାଷ୍ଟର ରୋଲରେ ମେଟ୍‌‌ ମାନଙ୍କ ଦୈନିକ ପାରିଶ୍ରମିକ ସପ୍ତାହକ ମଧ୍ୟରେ ପ୍ରଦାନ, ଶ୍ରମିକ ମାନଙ୍କ ବକେୟା ମଜୁରୀ ଯଥାଶିଘ୍ର ପ୍ରଦାନ, ପୂର୍ବରୁ ଜିଲା ଖଣିଜ ପାଣ୍ଠିରୁ ପ୍ରଦାନ କରାଯାଇ ଆସୁଥିବା ୯୩ଟଙ୍କା ମଜୁରୀକୁ ପୁନଃ ମନରେଗା ଶ୍ରମିକଙ୍କୁ ପ୍ରଦାନ, ମେଟ୍‌‌ ମାନଙ୍କୁ ସର୍ବନିମ୍ନ ୧୦ଲକ୍ଷ ଟଙ୍କା ଜୀବନ ବୀମାଭୁକ୍ତ କରିବା, ମେଟ୍‌‌ ମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ତାଲିମ ପ୍ରଦାନ ଆଦି ଦାବିରେ ଜିଲାବ୍ୟାପୀ ଗାଁ ସାଥୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆହୁରି ତୀବ୍ରତର କରାଯିବ ବୋଲି ସଂଘର ଉପଦେଷ୍ଟା ଅଜିତ କୁମାର ମହାନ୍ତ ଓ ସମ୍ପାଦକ ମୋନସରୋଜ ପଣ୍ଡା ଚେତାବନୀ ଦେଇଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories