www.samajalive.in
Monday, December 15, 2025
26.1 C
Bhubaneswar

ରାୟଗଡ ଇସ୍ପାତ କାରଖାନା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସହାୟକ ହେବ : ବିମଳେନ୍ଦ୍ର ଝା

କେନ୍ଦୁଝରଗଡ଼ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଛତିଶଗଡସ୍ଥିତ ଗାରେ ପାଲମା କୋଇଲା ଖଣିରୁ ସଫଳତାର ସହ ଉତ୍ପାଦନ ଆରମ୍ଭ ଘୋଷଣା କରିଛି । ଏହି ଖଣିୁ ଉତ୍ପାଦିତ କୋଇଲା ଜେଏସ୍‌‌ପିର ଛତିଶଗଡ ରାୟଗଡସ୍ଥିତ ଷ୍ଟିଲ କାରଖାନାରେ ବ୍ୟବହୃତ ହେବ। ଗାରେ ପାଲମା କୋଇଲା ଖଣି ଇସ୍ପାତ ଉତ୍ପାଦନ ପାଇଁ ଅତ୍ୟାବଶ୍ୟକ କଞ୍ଚାମାଲର ଉପଲବ୍ଧତା ନିଶ୍ଚିତ କରି ଜେଏସ୍‌‌ପି ଯାତ୍ରାରେ ଏକ ମାଇଲଖୁଣ୍ଟ ଭାବେ ବିବେଚିତ ହେବାକୁ ଯାଉଛି । ରାୟଗଡ ଇସ୍ପାତ କାରଖାନାର ବର୍ତ୍ତମାନ ଉତ୍ପାଦନ କ୍ଷମତା ବାର୍ଷିକ ୩୬ଲକ୍ଷ ଟନ୍‌‌ ଥିବାବେଳେ ଏହା ୯୬ଲକ୍ଷ ଟନ ବୃଦ୍ଧି ନିମନ୍ତେ ପ୍ରସ୍ତାବ ରହିଛି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ଗାରେ ପାଲମା କୋଇଲା ଖଣି ବ୍ୟବହାର କରାଯିବ। କାରଖାନାକୁ କଞ୍ଚାମାଲ ଯୋଗାଇବାରେ ଏହି କୋଇଲା ଖଣି ବିଶେଷ ଗୁରୁତ୍ୱବହନ କରିବ ବୋଲି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା ଏହା କହିଛନ୍ତି । ରାୟଗଡ ଷ୍ଟିଲ କାରଖାନାର ପ୍ରସ୍ତାବିତ ସମ୍ପ୍ରସାରଣ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ବିଶେଷ ସହାୟକ ହେବାସହ ଆଭ୍ୟନ୍ତରୀଣ କୋଇଲା ବ୍ୟବହାର କରି ଦେଶର ଇସ୍ପାତ ଉତ୍ପାଦନ କ୍ଷମତାରେ ବୃଦ୍ଧିରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ଶ୍ରୀ ଝା ଏକ ପ୍ରେସ୍‌‌ ବିବୃତ୍ତି ଯୋଗେ ଏହା କହିଛନ୍ତି । ନିଜସ୍ୱ ସଂସାଧନ ମାଧ୍ୟମରେ ରାୟଗଡ କାରଖାନାର ବିସ୍ତାର କରିବା କମ୍ପାନୀ ପ୍ରାଥମିକତା ଦେଇଆସିଛି ବୋଲି ଶ୍ରି ଝା କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories