ସନ୍ଥେଭଞ୍ଜ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପ୍ରସ୍ତୁତି ବୈଠକ

କେନ୍ଦୁଝରଗଡ଼ : ସନ୍ଥେଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ବୁଧବାର ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ମୋ ସ୍କୁଲ ଅଭିଯାନ ସଭାପତି ତଥା ପୁରାତନ ଛାତ୍ର ସୌମ୍ୟଶଙ୍କର ଚକ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଦ୍ୟାଳୟର ଗୌରବମୟ ୫୦ବର୍ଷ ପୂର୍ତ୍ତି କିଭଳି ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯିବ ସେ ନେଇ ବୈଠକରେ ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଙ୍କ ମତାମତ ଲୋଡିଥିଲେ। ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଡିସେମ୍ବର ୨୨ରୁ ୨୪ ତାରିଖ ୩ଦିନ ବ୍ୟାପୀ ଅନୁଷ୍ଠିତ ନିମନ୍ତେ ଦିବସ ଧାର୍ଯ୍ୟ ହୋଇ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟି ଗଠନ କରାଯାଇଥିଲା । ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସଂଯୋଜକ ଭାବେ ମନୋନୀତ ହୋଇଥିବା ବେଳେ ମୋ ସ୍କୁଲ ଅଭିଯାନ ସଭାପତି ସୌମ୍ୟ ଶଙ୍କର ଚକ୍ର ସଭାପତି, ଅନାଦି ଚରଣ ପ୍ରଧାନ ଓ ଟଙ୍କଧର ନାଏକ ଉପସଭାପତି, ଜ୍ଞାନରଞ୍ଜନ ମିଶ୍ର ସମ୍ପାଦକ, ସଞ୍ଜୟ କୁମାର ନାଏକ ଓ ଲମ୍ବୋଦର ମହାନ୍ତ ଯୁଗ୍ମସମ୍ପାଦକ ଏବଂ ଦିବ୍ୟଲୋଚନ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତ ମନୋନୀତ କରାଯାଇଛି। ସେହିଭଳି ସଞ୍ଜୁକ୍ତା ପ୍ରଧାନ, ମଙ୍ଗଲ ଚରଣ ମାଝୀ, ଭରତ ଚନ୍ଦ୍ର ପ୍ରଧାନ, ସୁବ୍ରତ ପ୍ରଧାନ ଓ ସନାତନ ଗିରିଙ୍କୁ କମିଟିର କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ କରୁଣାକର ମିଶ୍ର, ପୂର୍ବତନ ପ୍ରଧାନଶିକ୍ଷକ ନାରାୟଣ ମହାନ୍ତ, ସଞ୍ଜୟବସନ୍ତ ଚକ୍ର, ଦିଗାମ୍ବର ଗିରି, ଝାଡେଶ୍ୱର ମିଶ୍ର, ଲାଲମୋହନ ମହାନ୍ତ, ରଞ୍ଜନ କୁମାର ଥମ୍ବ, ପ୍ରଶାନ୍ତ କୁମାର ମିଶ୍ର, ଶ୍ରୀକାନ୍ତ ମହାନ୍ତ, ମୁରଲୀଧର କୁଅଁର ଓ ଜୀବନ କୁମାର ଗିରିଙ୍କୁ କମିଟି ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ଏଥିସହ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ କିଭଳି ମହୋତ୍ସବ ଭାବେ ପାଳନ କରାଯିବ ସେ ନେଇ ଅଭ୍ୟର୍ଥନା, ସାଂସ୍କୃତିକ, ଅର୍ଥ, ଖାଦ୍ୟ ଆଦି ବିଭିନ୍ନ ସବ୍‌‌କମିଟି ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଛି। ସେହିଭଳି ସୁବର୍ଣ୍ଣ ଜୟନ୍ତୀକୁ ଅଧିକ ସ୍ମରଣୀୟ କରିବା ପାଇଁ ପ୍ରକାଶିତ ହେବାକୁଥିବା ସ୍ମରଣିକା ‘ସନ୍ଥଭୂମି’ ନିମନ୍ତେ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତୟୀ, ଶିକ୍ଷା କର୍ମଚାରୀ ଏବଂ ଶୁଭେଛୁ ଚଳିତମାସ ୩୧ତାରିଖ ସୁଦ୍ଧା ନିର୍ଭୁଲ ଭାବେ ସ୍ୱରଚିତ ଲେଖା ସ୍ମରଣିକା ମୁଖ୍ୟସମ୍ପାଦକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଠିକଣାରେ ପଠାଇବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Comments are closed.