ଜେସିବି ଚକାଫାଟି ବାଳକ ମୃତ

0

ଘସିପୁରା: ଘସିପୁରା ଥାନା ଅନ୍ତର୍ଗତ ଝିଙ୍କିପିଟା ଗ୍ରାମର ମୋହନ ଟୁଡୁଙ୍କ ପୁଅ ଚରଣଟୁଡୁ (୧୨) ଜେସିବି ଚକା ଫାଟି ଯିବାରୁ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୁଚନାରୁ ଜଣାଯାଏ ଦେଓଗାଁ ଅଂଚଳର ଏକ ଜେସିବି  ବିଲକାମ କରିବା ପାଇଁ ଝିଙ୍କିପିଟା ଗ୍ରାମକୁ ଯାଇଥିଲା। ବିଲକାମ ସାରୀ ଝିଙ୍କିପିଟା ଗ୍ରାମ ନିକଟ ଦେଇ ଫେରୁଥିବା ବେଳେ  ହଠାତ୍  ଝିଙ୍କିପିଟା ଛକ ନିକଟରେ ଜେସିବି ଚକା ଫାଟି ଯାଇଥିଲା । ଫଳରେ ରାସ୍ତାରେ ପଡିଥିବା ମେଣ୍ଟାଲ ଛିଟିକି ଯାଇ ଜେସିବି ପଛପଟେ ଥିବା ଏକ ଶିଶୁର ମୁଣ୍ଡରେ ମାଡ ହୋଇଥିଲା। ଫଳରେ ଶିଶୁଟି ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିବା ଜଣାପଡିଛି। ଘସିପୁରା ପୁଲିସ ମୃତଦେହକୁ ଜବତ୍ କରିବା ସହିତ ଶବବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି । ହେଲେ ଜେସିବି ମାଲିକ କିମ୍ବା ବିଲକାମ କରାଉଥିବା ଲୋକ କେହି ହେଲେ ମୋହନ ଟୁଡୁଙ୍କ ପରିବାର ନିକଟରେ ପହଞ୍ଚିନଥିବା ଜଣାପଡିଛି ।  ଏସଂପର୍କରେ ଘସିପୁରା ପୁଲିସକୁ ପଚାରିବାରୁ ଅନୁସଂନ୍ଧାନ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନଥିବା ପ୍ରକାଶ କରିଛନ୍ତି ।

Leave A Reply