www.samajalive.in
Saturday, December 13, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଜି ଦୈନିକ ଖବରକାଗଜ ‘ସମାଜର’ ୧୦୪ ତମ ପ୍ରତିଷ୍ଠା ଦିବସ.. ବିଜୁପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ୧୦୪ ପୂର୍ତ୍ତି ଉତ୍ସବ.. ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ମୁଖ୍ୟ ବକ୍ତା ରାଜ୍ୟ ସରକାରଙ୍କ ଆନୁଷ୍ଠାନିକ ଦକ୍ଷତାବିକାଶର ମୁଖ୍ୟ ଉପଦେଷ୍ଟା ସୁବ୍ରତ ବାଗ୍‌ଚୀ..

ଅଭିନେତା ରଣବୀର କପୁରଙ୍କୁ ଇଡି ସମନ.. ‘ମହାଦେବ ବୁକ୍‌’ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାରେ ପଚରାଉଚରା ପାଇଁ ଅକ୍ଟୋବର ୬ରେ ହାଜର ହେବାକୁ ଇଡି ସମନ କରିଥିବା ସୂଚନା..

- Advertisement -

କ୍ୟାବିନେଟ ନିଷ୍ପତ୍ତି.. କୃଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ ସର୍ତ୍ତାବଳୀକୁ ଅନୁମୋଦନ..

ଇଟାଲୀର ଭେନିସ ନିକଟସ୍ଥ ଫ୍ଲାଏ ଓଭରରୁ ଖସିପଡ଼ିଲା ତୀର୍ଥଯାତ୍ରୀ ବସ୍.. ଅନେକ ପିଲାଙ୍କ ସମେତ ଅତି କମରେ ୨୧ ଜଣ ପ୍ରାଣ ହରାଇଥିବା ସୂଚନା..

ଉଜ୍ଜ୍ଵଳା ହିତାଧିକାରୀଙ୍କ ସବ୍‌ସିଡି ବୃଦ୍ଧି.. ସିଲିଣ୍ଡର ପିଛା ଆଉ ୧୦୦ ଟଙ୍କା ସବ୍‌ସିଡି ବୃଦ୍ଧି କଲା କେନ୍ଦ୍ର.. ୨୦୦ରୁ ୩୦୦ ଟଙ୍କାକୁ ବୃଦ୍ଧି ହେଲା ସବ୍‌ସିଡି..

ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର.. ୩ ଜଣ ବୈଜ୍ଞାନିକ ମିଳିତ ଭାବେ ପାଇବେ ଏହି ପୁରସ୍କାର.. ୩ ଜଣ ବୈଜ୍ଞାନିକ ହେଉଛନ୍ତି ମାଉଙ୍ଗି ଜି. ବାୱେଣ୍ଡି, ଲୋଇସ୍ ଇ.ବ୍ରୁସ୍‌ ଓ ଆଲେକ୍ସି ଏଲ୍ ଏକିମୋଭ୍‌..

ବିଜେଡିର ରାଜ୍ୟସଭା ମୁଖ୍ୟ ସଚେତକ ନିଯୁକ୍ତ ହେଲେ ମାନସ ମଙ୍ଗରାଜ.. ସୁଲତା ଦେଓଙ୍କୁ ହଟାଇ ମାନସ ମଙ୍ଗରାଜଙ୍କୁ ଦାୟିତ୍ବ..

ଏସୀୟ କ୍ରୀଡା ହକି.. ଫାଇନାଲରେ ଭାରତ..

କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ୍‌‌ ଟାଇଫସ୍‌‌ରେ ଆକ୍ରାନ୍ତ..

ସିକ୍କିମ୍‌‌ରେ ହଠାତ୍‌‌ ମାଡି ଆସିଲା ବନ୍ୟା.. ୨୩ ଯବାନ ନିଖୋଜ..

ଏସୀୟ କ୍ରୀଡାରେ ଭାରତକୁ ଆଉ ୨ ବ୍ରୋଞ୍ଜ.. ସ୍କ୍ୱାସ ଓ ବକ୍ସିଂରେ ଭାରତକୁ ବ୍ରୋଞ୍ଜ ପଦକ.. ୧୬ ସ୍ୱର୍ଣ୍ଣ, ୨୬ ରୌପ୍ୟ, ୩୧ ବ୍ରୋଞ୍ଜ ସହ ମୋଟ ୭୩ ପଦକ..

ଖଲିକୋଟ : କେନାଲ କଡ ରାସ୍ତାରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର.. ମୃତକ ସ୍ଥାନୀୟ ସାନଉସ୍ତାପଡା ପଞ୍ଚାୟତର ଜିଆରଏସ ସୁଶୀଲ ମହାନ୍ତି ହୋଇଥିବା ନେଇ ସୂଚନା.. କେହି ହତ୍ୟା କରିଥିବା ସନ୍ଦେହ.. ପୁଲିସ ତଦନ୍ତ ଆରମ୍ଭ..

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୨୦ ସ୍କ୍ରବ ଟାଇଫସ୍‌‌ ଆକ୍ରାନ୍ତ ଚିହ୍ନଟ.. ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା..

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ.. ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ଗୋଷ୍ଠୀର ଜବରଦସ୍ତ ବିଜୟ..

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories