ଡେସ୍କ: ଇଟାଲୀର ଭେନିସ ନିକଟସ୍ଥ ଫ୍ଲାଏ ଓଭରରୁ ଏକ ତୀର୍ଥଯାତ୍ରୀ ବସ୍ ଖସି ପଡିବା ଫଳରେ ଅନେକ ପିଲାଙ୍କ ସମେତ ଅତି କମରେ ୨୧ ଜଣ ପ୍ରାଣ ହରାଇଛନ୍ତି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏହି ଇଲେକ୍ଟ୍ରିକ୍ ବସ୍ ଏକ ବ୍ୟାରିକେଡ଼କୁ ଭାଙ୍ଗି ମେଷ୍ଟର ସହରର ରେଳ ଟ୍ରାକ୍ ନିକଟରେ ୫୦ ଫୁଟ ତଳକୁ ଖସି ପଡିଥିଲା ଓ ଏଥିରେ ନିଅଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୫ ଜଣ ୟୁକ୍ରେନ ଅଧିବାସୀ, ଜଣେ ଜର୍ମାନ ଅଧିବାସୀ ଏବଂ ଇଟାଲୀୟ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ସମେତ ତିନି ଜଣ ପିଲା ଅଛନ୍ତି। ବସ୍ ୩୯ ଜଣଙ୍କୁ ନେଇ ଯାଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
Popular Categories



