www.samajalive.in
Saturday, December 13, 2025
27.1 C
Bhubaneswar

ଘାତ ପ୍ରତିଘାତରୁ ଶିକ୍ଷା ଗ୍ରହଣ କରିବା ଆମ ମାନସିକତା ହେଉ – ସୁବ୍ରତ ବାଗ୍‌ଚୀ

ଡେସ୍କ: ଗୋଟିଏ ଭଲ ଅନୁଷ୍ଠାନର ଗୁଣ ହେଉଛି ଘାତ ପ୍ରତିଘାତ ଭିତରେ ଭାଙ୍ଗି ନ ପଡି ସେଥିରୁ ଶିକ୍ଷା ଗ୍ରହଣ କରିବାର ମାନସିକତା। ଆନୁଷ୍ଠାନିକ ଦୁରଦୃଷ୍ଟି ଓ ସାଙ୍ଗଠନିକ ମୂଲ୍ୟବୋଧ ଅନନ୍ୟ ପରିଚୟ ସୃଷ୍ଟି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅନ୍ତର୍ଗତ ଆନୁଷ୍ଠାନିକ ଦକ୍ଷତାବିକାଶର ମୁଖ୍ୟ ଉପଦେଷ୍ଟା ସୁବ୍ରତ ବାଗ୍‌ଚୀ। ଆଜି କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଆୟୋଜିତ ଦୈନିକ ଖବରକାଗଜ ‘ସମାଜର’ ୧୦୪ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶ୍ରୀ ବାଗ୍‌ଚୀ କହିଛନ୍ତି, ଆନୁଷ୍ଠାନିକ ଐଶ୍ଵର୍ଯ୍ୟରେ ହିଁ ଗୋଟିଏ ଦେଶ ଓ ଜାତିର ସମ୍ମାନ ବୃଦ୍ଧି ପାଇଥାଏ। ‘ସମାଜ’ର ଆନୁଷ୍ଠାନିକ ଇତିହାସକୁ ସମସ୍ତଙ୍କୁ ଅଧ୍ୟୟନ କରିବା ଉଚିତ ବୋଲି ସେ ମତପୋଷଣ କରିଛନ୍ତି।

- Advertisement -

ଏହି ଉତ୍ସବରେ ଦୈନିକ ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ‘ସମାଜ’ର ସମ୍ପାଦକ ଡଃ ପ୍ରମୋଦ କୁମାର ମହାପାତ୍ର, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀପକ ମାଲବ୍ୟ, ଓଡିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥ, ରାଷ୍ଟ୍ରୀୟ ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ ଓ ‘ସମାଜ’ର ସାଧାରଣ ପରିଚାଳକ ଶିବରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories