ବିଦ୍ୟାଳୟରୁ ଏମଡିଏମ ଚାଉଳ ଚୋରି
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ୯ କ୍ୟୁଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇ ଥିବାର ସୂଚନା ମିଳିଛି। ଆଜି ସକାଳ ୯ଘଣ୍ଟା ସମୟରେ ଗ୍ରାମର କିଛି ଲୋକ ସ୍କୁଲ ପାଚେରୀ କଡରେ ଚାଉଳ ବସ୍ତା ଓ ଚାଉଳ ପଡିଥିବାର ଦେଖିବାକୁ ପାଇଥିଲେ। ଗ୍ରାମର ଏସଏଜି ମହିଳା ଗ୍ରୁପ ରନ୍ଧା ଖାଦ୍ୟର ଦାୟିତ୍ୱ ତୁଳାଉ ଥିବାରୁ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ଥିଲେ ଓ ଗେଟର ତାଲା ଭାଙ୍ଗିବା ସହ ଗୋଦାମ ଘର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଚାଉଳ ଚୋରି କରିଥିବାର ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ପ୍ରଧାନ ଶିକ୍ଷକକୁ ଖବର ଦେବା ସହ ୧୧୨ କୁ ଫୋନ କରି ଜଣାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଥିଲା ଓ ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ବିସିକେଶନ ବେହେରା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ କରି ଥିଲା। ଗୋଟିଏ ମାସର ଚାଉଳ ଦେବା ବଦଳରେ ଏକ ସାଙ୍ଗରେ ୮ ରୁ ୧୦ମାସର ଚାଉଳ ଷ୍ଟକ ଦିଆ ଯାଉଥିବାରୁ ଚୋରର ଲୋଲୁପ ଦୃଷ୍ଟି ପଡି ଚୋରି ହେଉଥିବାର କୁହାଯାଉଛି । ଅଧିକ ଦିନ ଚାଉଳ ଷ୍ଟକ ରହୁ ଥିବାରୁ ଚାଉଳରେ ପୋକ ଲାଗି ଯାଉଛି ଏହି ପୋକରା ଚାଉଳକୁ ଛାତ୍ରଛାତ୍ରୀ ଖାଉଥିବାର ଅଭିଭାବକ ମାନଙ୍କର ଅଭିଯୋଗ ହେଉଛି।
Comments are closed.