www.samajalive.in
Monday, December 15, 2025
17.1 C
Bhubaneswar

ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଛାତ୍ରଛାତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର: ଓଡିଶାକୁ ଶିକ୍ଷାକ୍ଷେତ୍ରରେ ମିଳିଛି ଆଉ ଏକ ସଫଳତା। ମୁମ୍ବାଇଠାରେ ‘ଅଭିନବ ବିନ୍ଦ୍ରା ଫାଉଣ୍ଡେସନ’, ‘ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌’ ଓ ‘ଅଲିମ୍ପିକ୍ ମ୍ୟୁଜିୟମ୍‌’ ପକ୍ଷରୁ ‘ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ସହ ଦୁଇଜଣ ପିଇଟି ଶିକ୍ଷକ(ଶାରୀରିକ ଶିକ୍ଷା ଶିକ୍ଷକ) ଯୋଗ ଦେଇଥିଲେ। ଭୁବନେଶ୍ୱର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଏସ୍‌ଏସ୍‌ନଗରର ଛାତ୍ର ସୌମ୍ୟରଞ୍ଜନ ବାରିକ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୪ର ଛାତ୍ରୀ ପ୍ରତ୍ୟାଶା ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ । ସେମାନେ ଓଡିଶାର ବିଭିନ୍ନ ସରକାରୀ ବିଦ୍ୟାଳୟଗୁଡ଼କରେ ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ର ସଫଳ କାର୍ଯ୍ୟକାରିତା ଉପରେ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା ଓଡିଶା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ‘ଅଲିମ୍ପିକ୍ସ୍ ପ୍ରଦର୍ଶନୀ’। ପିଲାମାନେ ନିଜେ ପ୍ରସ୍ତୁତ କରିଥିବା ଅଡିଓ-ଭିଜୁଆଲସ୍ ବା ଦୃଶ୍ୟ-ଶ୍ରାବ୍ୟକୁ ସେଠାରେ ପ୍ରତର୍ଶିତ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢ଼ ବର୍ଷ ପୂର୍ବେ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ସହ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ କୁ ଉତ୍ଘାଟନ କରିଥିଲେ। ବର୍ତ୍ତମାନ ସୁଦ୍ଧା ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ବିଦ୍ୟାଳୟରେ କାର୍ଯ୍ୟ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି ।ଦୁଇ ଛାତ୍ରଛାତ୍ରୀଙ୍କ ସହ ଭୁବନେଶ୍ୱର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଭିଏସ୍‌ଏସ୍‌ନଗରର ପିଇଟି ଶିକ୍ଷୟିତ୍ରୀ ରଚିତା ନାୟକ ଓ ରାଉରକେଲାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦିତ୍‌ନଗରର ପିଇଟି ଶିକ୍ଷକ ଆଶିଷ୍ କୁମାର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ। ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଓ ପ୍ରଶାସନିକ ଯୁଗ୍ମ ନିର୍ଦ୍ଦେଶକ ସରୋଜ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories