www.samajalive.in
Sunday, December 7, 2025
18.1 C
Bhubaneswar

ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ହେବ ଧ୍ୟାନକେନ୍ଦ୍ର

ଗୁରୁଡିଝାଟିଆ:ଆଠଗଡ ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ହେବ ଧ୍ୟାନକେନ୍ଦ୍ର। ଆଠଗଡ ବିଶିଷ୍ଟ ସମାଜସେବୀ କୃଷ୍ଣଚନ୍ଦ୍ର ମିଶ୍ର ଓ ଧର୍ମପ୍ରାଣା ମହିଳା ବିମଳା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁତ୍ରମାନେ ସମାଜ ଓ ଲୋକ ସେବକ ମଣ୍ଡଳଦ୍ୱାରା ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ଏକ ଧ୍ୟାନକେନ୍ଦ୍ର ସ୍ଥାପନ ପାଇଁ ଚୁକ୍ତିବଦ୍ଧ ଓ ପ୍ରତିଶ୍ୃତି ପ୍ରଦାନ କରିଛନ୍ତି। ସ୍ୱର୍ଗତ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ୧୦୦ତମ ଜନ୍ମବାର୍ଷିକ ଉପଲକ୍ଷେ ତାଙ୍କର ଅମ୍ଳାନ ସ୍ମୃତିକୁ ଉଦଜୀବିତ କରିବା ପାଇଁ ୧୨୦୦ବର୍ଗ ଫୁଟର ଧ୍ୟାନକେନ୍ଦ୍ର କରିବା ପାଇଁ ସମସ୍ତ ଅର୍ଥ ପ୍ରଦାନ କରିବେ।

ଏହି ଉପଲକ୍ଷେ ଆୟୋଜିତ ଏକ ବୈଠକରେ ପ୍ରାକ୍ତନ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ତଥା ସ୍ୱର୍ଗତ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ପୁତୁରା ଶ୍ରୀନିବାସ ରଥ ଉପସ୍ଥିତ ରହି କହିଥିଲେ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ସେବା ତିତୀକ୍ଷା ଓ ପରୋପକାର ଆଦର୍ଶ ବିଦ୍ୟାର୍ଥୀଙ୍କ ପାଥେୟ ହେଉ। ଲୋକ ସେବକ ମଣ୍ଡଳ ଓଡିଶା ଶାଖା ଅଧ୍ୟକ୍ଷ ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ଉପସ୍ଥିତ ଆଗନ୍ତୁକ ଅତିଥିଙ୍କ ପାଇଁ ଅନୁଷ୍ଠାନ ଅଧିକ ରୁଦ୍ଧିବନ୍ତ ହୋଇପାରିଛି। ବାସ୍ତବରେ ସୁସନ୍ତାନମାନେ ପିତାମାତାଙ୍କ ଋଣକୁ ଅନେକାଂଶରେ ପରିଶୋଧ କରିବା ପାଇଁ ସକ୍ଷମ ହୋଇଥାନ୍ତି। ସେହିଭଳି କୃତୀ ସନ୍ତାନ ହେଉଛନ୍ତି ମହାନଆତ୍ମା ସ୍ୱର୍ଗତ କୃଷ୍ଣଚନ୍ଦ୍ର ମିଶ୍ର ଓ ମାଆ ବିମଳା ମିଶ୍ରଙ୍କ ପୁତ୍ରମାନେ ବୋଲି ଶ୍ରୀ ରଥ କହିବା ସହିତ ଜିମସାରକୁ ଜମି ପ୍ରଦାନ ସମୟରେ ପ୍ରାକ୍ତନ ପ୍ରମୁଖ ଶାସନ ସଚିବ ଶ୍ରୀନିବାସ ରଥଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ।

- Advertisement -

କୃଷ୍ଣ ବିମଳା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱର୍ଗତ କୃଷ୍ଣଚନ୍ଦ୍ର ମିଶ୍ର ଓ ବିମଳା ମିଶ୍ରଙ୍କ ପୁତ୍ର ବ୍ରହ୍ମାନନ୍ଦ ମିଶ୍ର ,ବିଶ୍ୱସୁନ୍ଦର ମିଶ୍ର, ବିମଳକୃଷ୍ଣ ମିଶ୍ର, ବିଜୟକେତନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଧ୍ୟାନକେନ୍ଦ୍ର ନିର୍ମାଣର ସମସ୍ତ ଅର୍ଥବ୍ୟୟ କରାଯିବା ସହିତ ଅତ୍ୟାଧୁନିକ ବ୍ୟବସ୍ଥା ଏଥିରେ ଉପଲବ୍ଧ ହେବ ବୋଲି ପ୍ରତିଶୃତି ଓ ଚୁକ୍ତିବଦ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିବାର ସଦସ୍ୟ ଉମାଶଙ୍କର ମହାପାତ୍ର ଙ୍କ ସହିତ ଆଇନଜୀବି ପ୍ରସନ୍ନକୁମାର ରାଉତ, ରାମନାରାୟଣ ମହାନ୍ତି ଓ ବ୍ରଜେନ୍ଦ୍ର୍ର ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତ ଅତିଥି ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ନବାନ୍ନ ଉତ୍ସବରେ ଯୋଗଦେବା ସହିତ ନବାନ୍ନ ଭକ୍ଷଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories