www.samajalive.in
Monday, December 8, 2025
16.1 C
Bhubaneswar

‘ଆଇଜର’ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଗୋପାଳପୁର: ଭାରତ ସରକାରଙ୍କ ଆହ୍ବାନ କ୍ରମେ ଆଜି ଲଉଡିଗାଁ ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ କେନ୍ଦ୍ର (ଆଇଜର) ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ କେନ୍ଦ୍ର, ବ୍ରହ୍ମପୁରର ସ୍ଥାୟୀ କ୍ୟାମ୍ପସ ନିକଟରେ ଥିବା ଲାଉଡିଗାମ ପଞ୍ଚାୟତ ଅନ୍ତର୍ଗତ ଗାରମପେଟା ଗ୍ରାମରେ ସ୍ୱଚ୍ଛତା ପରିବେଶ ନିମନ୍ତେ ଶିକ୍ଷାନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ମିଳିତ ଭାବେ ସଫେଇ କରିଥିଲେ। ଛାତ୍ରଛାତ୍ରୀ, ଶିକ୍ଷକ, ଅଧିକାରୀ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ଗରାମପେଟା ଗାଁକୁ ସଫା କରିଥିଲେ।

ଶିକ୍ଷାନୁଷ୍ଠାନର ସଦସ୍ୟଙ୍କୁ ସଫେଇ କରିବା ଦେଖି ଗ୍ରାମବାସୀ ମାନେ ପ୍ରୋତ୍ସାହିତ ହୋଇ ଗାଁ ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହା ପରେ ଶିକ୍ଷାନୁଷ୍ଠାନ ତରଫରୁ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ଏହାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ସ୍ୱଚ୍ଛତା କର୍ଯ୍ୟକ୍ରମରେ କୁଳସଚିବ ପ୍ରଦୀପ କୁମାର ରାୟ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ ମାଝି, ସହକାରୀ କୁଳସଚିବ କୋରଡା ମଞ୍ଜୁନାଥ ଏବଂ ଧର୍ମେନ୍ଦ୍ର କୁମାର ସାହୁଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories