www.samajalive.in
Sunday, December 14, 2025
17.1 C
Bhubaneswar

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଜଣେ ଗିରଫ

ଚୌଦ୍ୱାର :  ଚୌଦ୍ୱାର ଥାନା ଅଧିନ ଗହଣ୍ଡା ଗ୍ରାମ ନିକଟରେ ଗତ ୨୭ ତାରିଖରେ ହୋଇଥିବା ଏକ ଲୁଟ ଘଟଣାରେ ସମ୍ପୃକ୍ତ ଜଣେ ଲୁଟେରାକୁ ଚୌଦ୍ୱାର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ନିକଟସ୍ଥ ମାଛପଙ୍ଗୀ ଗ୍ରାମର ମଙ୍ଗୁ ବେହେରା (୨୦) । ତା ନିକଟରୁ ନଗଦ ୧୭ ହଜାର ୫୦୦ଟଙ୍କା ଉଦ୍ଧାର କରା ଯାଇଛି ।ପୁଲିସ ସୂଚନା ଅନୁଯାୟୀ ଭାରତ ଫାଇନାନ୍ସ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ସୁଜ୍ୟୋସ୍ନା ଦାସ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ଗତ ବୁଧବାର ଦିନ ସେ ଗ୍ରାମାଞ୍ଚଳର ହିତାଧିକାରୀ ମାନଙ୍କ ଠାରୁ ମୋଟ ୭୬ ହଜାର ୨୦୦ଟଙ୍କା (ଋଣ ଟଙ୍କା) ଆଦାୟ କରି ନିଜ ଅଫିସକୁ ଫେରୁଥିବାବେଳେ ଗହଣ୍ଡା ନିକଟରେ ୨ଜଣ ଦୁର୍ବୁତ୍ତ ତାଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା ସହିତ ତାଙ୍କ ନିକଟରୁ ଟଙ୍କାଥିବା ବ୍ୟାଗକୁ ଛଡ଼ାଇନେଇ ଫେରାର ହୋଇ ଯାଇଥିଲେ। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ମଙ୍ଗୁକୁ ଗିରଫ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଓ ଅବଶିଷ୍ଟ ଲୁଟ ଟଙ୍କା ସେ ନେଇଥିବା ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ମଙ୍ଗୁକୁ ଅଦାଲତ ଚାଲାଣ କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories