www.samajalive.in
Saturday, December 13, 2025
23.1 C
Bhubaneswar

ଏଣିକି ବିଶ୍ୱବାସୀ ଚାଖିବେ ଓଡ଼ିଶା ରସଗୋଲା

ଭୁବନେଶ୍ୱର :ଓଡ଼ିଶା ରସଗୋଲାର ସ୍ୱାଦ୍‍ କ’ଣ ଏଣିକି ବିଶ୍ୱବାସୀ ଚାଖିବେ। ରସଗୋଲାର ମିଠାକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବାପାଇଁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଶୁକ୍ରବାର ଏକ ନୂତନ କାଉଣ୍ଟର ଖୋଲିଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବିକଳାନନ୍ଦ କରଙ୍କ ରସଗୋଲା କାଉଣ୍ଟରକୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‍ଏମ୍‍ଏମ୍‍ଇ)ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ଉଦ୍‍ଘାଟନ କରି ଏହି କାଉଣ୍ଟର ଜରିଆରେ ଓଡ଼ିଶାର ରସଗୋଲାକୁ ବିଶ୍ୱପ୍ରସିଦ୍ଧ କରାଯିବ ବୋଲି କହିଛନ୍ତି। ଏକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରଥମଥର ପାଇଁ ସାଲେପୁରର ଏହି ରସଗୋଲା କାଉଣ୍ଟର ଖୋଲିଥିବାରୁ ଆଗାମୀ ଦିନରେ ଓଡ଼ିଶାର ରସଗୋଲାର ଚାହିଦା ଓ ଆଦର ବଢ଼ିବ। ରସଗୋଲା କାଉଣ୍ଟରଟି ଦିନରାତି ୨୪ଘଣ୍ଟିଆ ଖୋଲା ରହିବ ଏବଂ ବିଭିନ୍ନ ପ୍ରକାର ଓଡ଼ିଶା ରସଗୋଲା ଉପଲବ୍ଧ ହେବ ବୋଲି ଶ୍ରୀ ଗୁପ୍ତା କହିଛନ୍ତି।
ଏହି ଅବସରରେ ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା, ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ହରେକୃଷ୍ଣ ନନ୍ଦ, ଗବେଷକ ଅସିତ ମହାନ୍ତି, ବିଜ୍ଞାନୀ ପ୍ରମୋଦ କୁମାର ପଣ୍ଡା ଏବଂ ଉତ୍କଳ ମ୍ରିାନ୍ନ ବ୍ୟବସାୟୀ ସମିତିର ସଭାପତି ବିମ୍ବାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ପାଇଁ ଏଠାରେ ନିତିଦିନିଆ ରସଗୋଲା ସହିତ ଖିରମୋହନ ରସଗୋଲା, ଚକୋଲେଟ ବରଫି, ଖଜୁରୀ ଗୁଡ ସନ୍ଦେଶ, ଛେନାପୋଡ, କାଜୁ ବରଫି, କଳାଜାମ, ଚମଚମ, ଗୁଲବଜାମୁ ଓ ରାଜଭୋଗ ସହିତ ପ୍ରାୟ ୧୫ପ୍ରକାର ନମ୍‍କିନ୍‍ ସାମଗ୍ରୀ ଉପଲବ୍ଧ ହେବ। ଆଗାମୀ ଦିନରେ ଓଡ଼ିଶାର ଅନ୍ୟାନ୍ୟ ପ୍ରକାର ମିଠାକୁ କାଉଣ୍ଟରରେ ରଖାଯିବ ବୋଲି ଶ୍ରୀ କର କହିଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories