www.samajalive.in
Monday, December 15, 2025
16.1 C
Bhubaneswar

ଏହି ନୃତ୍ୟକର ; ଉଦ୍‍ଘାଟନୀ ଉତ୍ସବରେ ଭାଗନିଅ

କଟକ : ଚଳିତମାସ ୨୭ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ରେ ହକି ବିଶ୍ୱକପ୍‍ର ଉଦ୍‍ଘାଟନ ଉତ୍ସବ ଅନୁଷ୍ଠିତ ହେବ। ଏହି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ହେଲେ ଏକାଡେମୀ ପୁରସ୍କାରପ୍ରାପ୍ତ ସଂଗୀତ ନିର୍ଦେଶକ ଏ.ଆର୍‍. ରେହ୍‍ମାନ ଓ ସୁପରଷ୍ଟାର ଶାହାରୁଖ୍‍ ଖାଁ। କିଛିଦିନ ତଳେ ରେହ୍‍ମାନ ବିଶ୍ୱକପ୍‍ର ଅଫିସିଆଲ ଗୀତର ଝଲକ ଛାଡ଼ିଥିଲେ। ଉକ୍ତ ଗୀତର ଏକ ଅଂଶକୁ ନେଇ ରେହ୍‍ମାନ ଓ ଶାହାରୁଖ୍‍ ଏକ ନୃତ୍ୟ (ଷ୍ଟେପ୍‍) କରିଛନ୍ତି; ଯାହାର ନାମ ସେ ରଖିଛନ୍ତି ‘ହକି ହୁକ୍‍ ଷ୍ଟେପ୍‍’। କେବଳ ଏତିକି ନୁହେଁ; ହକିପ୍ରେମୀଙ୍କୁ ରେହ୍‍ମାନ ଖୋଲା ଆହ୍ୱାନ ଦେଇଛନ୍ତି- ଏପରି ଷ୍ଟେପ୍‍ କରି ଦେଖାଅ ଏବଂ ୨୭ରେ ଉଦ୍‍ଘାଟନୀ ଉତ୍ସବରେ ପ୍ରଦର୍ଶନର ସୁଯୋଗ ପାଅ।
ରେହ୍‍ମାନଙ୍କ ଅନୁସାରେ; ହକି ଷ୍ଟିକ୍‍ ଗ୍ରାଉଣ୍ଡରେ ବାଜିବା ଦ୍ୱାରା ଯେଉଁ ଶବ୍ଦ ସୃଷ୍ଟିହୁଏ; ସେଥିରୁ ସେ ବିଶ୍ୱକପ୍‍ର ଅଫିସିଆଲ ଗୀତ ‘ଜୟ ହିନ୍ଦ୍‍ ହିନ୍ଦ୍‍, ଜୟ ଇଣ୍ଡିଆ’ ସୃଷ୍ଟି କରିବାର ପ୍ରେରଣା ପାଇଛନ୍ତି। ରେହ୍‍ମାନ ଓ ଶାହାରୁଖ୍‍ କରିଥିବା ଷ୍ଟେପ୍‍ଟି ଏହିପରି। ରେହ୍‍ମାନ ଓ ଶାହାରୁଖ୍‍ ହକି ଷ୍ଟିକ୍‍କୁ ଗ୍ରାଉଣ୍ଡରେ ଆଘାତ କରୁଛନ୍ତି ଓ ପରେ ହାତରେ ସେମାନଙ୍କ ହୃଦୟକୁ ଚାପ ଦେଉଛନ୍ତି ଏବଂ ଜୋର୍‍ରେ କହୁଛନ୍ତି- ମାଇ ହାର୍ଟ ବିଟ୍‍ସ ଫର୍‍ ହକି (ହକି ମୋର ହୃଦ୍‍ସ୍ପନ୍ଦନ)। ରେହ୍‍ମାନ ଚ୍ୟାଲେଞ୍ଜ୍‍ ଦେଇଛନ୍ତି ଯେ ହକିପ୍ରେମୀମାନେ ଏହି ଷ୍ଟେପ୍‍କୁ କରି ତା’ର ଭିଡିଓ ରେହ୍‍ମାନଙ୍କ ଫେସ୍‍ବୁକ୍‍ ୱାଲ୍‍ରେ ପୋଷ୍ଟକରନ୍ତୁ କିମ୍ବା ‘ହାସ୍‍ଟ୍ୟାଗ୍‍ ହାର୍ଟବିଟ୍‍ସଫର୍‍ହକି’ ଲେଖି ନିଜ ସୋସିଆଲ ମିଡିଆରେ ଅପ୍‍ଲୋଡ୍‍ କରନ୍ତୁ। ଏହି ଭିଡିଓ ଦେଖି ରେହ୍‍ମାନ ଓ ଶାହାରୁଖ୍‍ ୨ ଜଣଙ୍କୁ ବାଛିବେ; ଯେଉଁମାନେ ନଭେମ୍ବର ୨୭ରେ ଉଦ୍‍ଘାଟନୀ ଉତ୍ସବରେ ରେହ୍‍ମାନ ଓ ଶାହାରୁଖ୍‍ଙ୍କ ସହ କଳିଙ୍ଗ ଷ୍ଟାଡିୟମ୍‍ରେ ପ୍ରଦର୍ଶନ କରିବାର ସୁଯୋଗ ପାଇବେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories