www.samajalive.in
Saturday, December 13, 2025
26.1 C
Bhubaneswar

ନୃସିଂହନାଥରେ କାର୍ତ୍ତିିକ ପୂର୍ଣ୍ଣିମା ଭିଡ଼ ; ୫୦ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ

ପାଇକମାଲ : ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ନୃସିଂହନାଥ ମନ୍ଦିରରେ ଶୁକ୍ରବାର ୫୦ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ନୃସିଂହନାଥ ଝରଣାରେ କାର୍ତ୍ତିକ ପୂର୍ଣ୍ଣିମା ବୁଡ ପକାଇ ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରିଥିଲେ। ହବିଷ୍ୟାଳିମାନେ ରାତ୍ର ୩ ଟାରୁ ଦୀପ ଜଳାଇବା ସହ ଡଙ୍ଗା ଭସାଇଥିଲେ। ଭୋରରୁ ନୃସିଂହଠାକୁରଙ୍କ ପୂଜକମାନେ ସ୍ନାନ କରାଇ ରୀତିନୀତି ଅନୁସାରେ ନୂତନ ବସ୍ତ୍ର ପରିଧାନ ସହ ପୂଜା ପାଠ କରାଇଥିଲେ। ଭକ୍ତମାନେ ଲମ୍ବା ଲାଇନରେ ଛିଡା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ନୃସିଂହନାଥର ଚାରିପାର୍ଶ୍ବରେ ଭକ୍ତମାନଙ୍କର ସମାଗମ ଦେଖିବାକୁ ମିଳିଥିଲା। ଗାଡି ମଟର ଭିଡ ଯୋଗୁଁ ରାସ୍ତା ଜାମ ହୋଇଯାଉଥିଲା। ମନ୍ଦିରର ଓ ପାଇକମାଲର ସ୍ୱେଚ୍ଛାସେବୀ ତଥା ପାଇକମାଲ ପୁଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ଗୁରୁବାର ରାତ୍ର ସାରା ମନ୍ଦିର ତରଫରୁ ରାମାୟଣ ପ୍ରବଚନ ଓ ଲକ୍ଷପତି ନେଗୀ ଭଜନ ସମାରୋହ ବିକାଶ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଆଜି ସକାଳ ୭ଟାରୁ ନୃସିଂହନାଥ ବ୍ୟବସାୟୀ ସଂଘ ତରଫରୁ ଭକ୍ତ ମାନଙ୍କୁ ଖିଚିଡି ଭୋଗ ବଣ୍ଟନ କରାଯାଇଥିଲା। ସେହିପରି ପାଇକମାଲ ପଦ୍ମପୁର ରାସ୍ତା ରଣଜିତପୁର ତାରିଣି ମନ୍ଦିରଠାରେ ପଦ୍ମପୁର ଯୁବ ଗୋଷ୍ଠୀ ତରଫରୁ ଅନ୍ନଛତ୍ର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର କାର୍ଯ୍ୟନିର୍ବାହି ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ସୁନିଲ ପୁରୋହିତ, ସୁବୋଧ ପଣ୍ଡା, ଜେକି ସରାଫ, ମାନସ ପଣ୍ଡା, ବିଶ୍ୱମ୍ବର ମୁଣ୍ଡ, କୃର୍ଣ୍ଣଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ସରାଫ, ଦୁର୍ଯ୍ୟେଧନ ତ୍ରିପାଠି, ପ୍ରସାନ୍ତ ମିଶ୍ର, ଅରୁଣ ସାହୁ, ବସନ୍ତ ଘୋଡାଇ, ବଳରାମ ବାରିକ, ମୋହନ ଜଗତ, ଲୋଚନ ପ୍ରଧାନ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories