www.samajalive.in
Wednesday, December 10, 2025
23.1 C
Bhubaneswar

ବହୁତ କିଛି କହିବାକୁ ଇଚ୍ଛା ହେଉଛି, ମାତ୍ର…

ନୂଆଦିଲ୍ଲୀ: ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ବିଚାରପତି ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଚାରପତି ନିଯୁକ୍ତି ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ୍ ୨୦୨୨ ନଭେମ୍ବରରୁ ୭୦ଜଣଙ୍କ ନାମ ସୁପାରିସ କରିଥିବାବେଳେ ସରକାର ଏହାକୁ ଏ ପର୍ଯ୍ୟନ୍ତ ଅନୁମୋଦନ କରି ନାହାନ୍ତି। ଜବାବରେ ସରକାର କହିଛନ୍ତି ଯେ ନାମ ସୁପାରିସ ପତ୍ର ତାଙ୍କ ନିକଟରେ ପହଞ୍ଚି ନାହିଁ। ସରକାରଙ୍କ ଏପରି ଆଭିମୁଖ୍ୟକୁ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ସଞ୍ଜୟ କିଷନ କୌଲ ଓ ସୁଧାଂଶୁ ଧୁଲିଆଙ୍କ ପୀଠ ଭର୍ତ୍ସନା କରିଛନ୍ତି।

ବିଚାରପତି କୌଲ କହିଛନ୍ତି ଯେ ‘ମୋର ବହୁତ କିଛି କହିବାକୁ ଇଚ୍ଛା ହେଉଛି; ମାତ୍ର ମୁଁ ନିଜକୁ ନିୟନ୍ତ୍ରଣରେ ରଖିଛି। ମୁଁ ଆଜି ନିରବ ରହିଛି କାରଣ ଆଟର୍ଣ୍ଣି ଜେନେରାଲ ଜବାବ ଦେବାକୁ ଏକ ସପ୍ତାହ ସମୟ ନେଇଛନ୍ତି। ଏହି ସମୟ ପରେ ମୁଁ ଆଉ ନିରବ ରହିବି ନାହିଁ।’ ଆଜିର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ କହିଥିଲେ ଯେ ଏ ପ୍ରସଙ୍ଗରେ ସେ ସରକାରଙ୍କୁ ପଚାରି ବୁଝିବେ। ଅଦାଲତ କହିଥିଲେ ଯେ ସରକାର କାହିଁକି ଏ ପ୍ରସଙ୍ଗରେ ନିଷ୍ପତ୍ତି ନେଇ ନାହାନ୍ତି। ସୁପାରିସ କରାଯାଇଥିବା ନାମ ଗୁଡିକ ୧୦ମାସ ହେଲା ପଡିରହିଛି। ବିଚାରପତି କୌଲ ପ୍ରଶ୍ନ କରିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ନିଯୁକ୍ତି ନିମନ୍ତେ ୭ଜଣଙ୍କ ନାମ ସୁପାରିସ କରାଯାଇଥିବା ବେଳେ ଏହା ମଧ୍ୟ ଅନୁମୋଦନ କରାଯାଇ ନାହିଁ। ବିଭିନ୍ନ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ପଦୋନ୍ନତି ପୂର୍ବକ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରାଯାଇଥିବା ବେଳେ ଏହାକୁ ଅନୁମୋଦନ କରାଯାଉ ନାହିଁ। ଏନଜିଓ କମନ କଜ୍‌ ପକ୍ଷରୁ ଉପସ୍ଥିତ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ସୁପାରିସକୁ ଅନୁମୋଦନ ବିଳମ୍ବ କାରଣରୁ ଅନେକ ଓକିଲ ସେମାନଙ୍କ ସମ୍ମତି ପତ୍ର ପ୍ରତ୍ୟାହାର କରିନେଲେଣି । ବରିଷ୍ଠ ଓକିଲ ଅରବିନ୍ଦ ଦତ୍ତାର କହିଥିଲେ ଯେ ଯେତେବେଳେ ଜଣଙ୍କ ନାମକୁ ବାଦ୍‌ ଦିଆଯାଏ ସେତେବେଳେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଲଜ୍ଜିତ ହେବାକୁ ପଡିଥାଏ।

- Advertisement -

ଓକିଲ ପ୍ରଶାନ୍ତ ଭୂଷଣଙ୍କ ସହିତ ସମ୍ମତି ପ୍ରକାଶ କରି ବିଚାରପତି କୌଲ କହିଥିଲେ ଯେ ନାମ ଅନୁମୋଦନ ବିଳମ୍ବ କାରଣରୁ ସମ୍ମତି ପତ୍ର ପ୍ରତ୍ୟାହାର କରାଯିବା ଯଥାର୍ଥ। କଲେଜିୟମ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories